thelifelinemedia
Latest Odisha News, Breaking News Today

ଓଡ଼ିଶା ଛୁଇଁଲା ମୌସୁମୀ, ଏଥର ପ୍ରବଳ ବର୍ଷିବ

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମାଲକାନଗିରି ଜିଲ୍ଲାରେ ପ୍ରବେଶ କରିଛି ମୌସୁମୀ। ଯାହାଫଳରେ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ବର୍ଷା ହେଉଛି। ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। କାଲି ରାତିଠୁ ମାଲକାନଗିରିର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ଆଜି ମୌସୁମୀ ବାୟୁ ସକ୍ରିୟ ରହିଛି।

କୃଷି ପ୍ରଧାନ ରାଜ୍ୟ ଓଡ଼ିଶା ପାଇଁ ମୌସୁମୀ ଖୁବ୍‌ ଗୁରୁତ୍ୱପୂର୍ଣ। ଜୁନ୍ ଓ ଜୁଲାଇକୁ ମୌସୁମୀ ମାସ ରୂପେ ବିବେଚନା କରାଯାଏ। କାରଣ ଖରିଫ ଚାଷ ପାଇଁ ଏହି ମାସରେ ବିହନ ବୁଣାଯାଏ। ତେଣୁ ଚାଷୀମାନେ ବି ଆଶ୍ୱସ୍ତ ହୋଇଛନ୍ତି।

ଅନ୍ୟପଟେ ପ୍ରବଳ ଗରମ ହେତୁ ଗତ କିଛି ଦିନ ହେବ ରାଜ୍ୟବାସୀ କଲବଲ ହେଉଛନ୍ତି। ଏଥିରୁ ମୁକ୍ତି ପାଇବାକୁ ସେମାନେ ତ୍ରାହି ତ୍ରାହି ଡାକୁଥିବା ବେଳେ ଓଡ଼ିଶାରେ ମୌସୁମୀ ପ୍ରବେଶ କରିବା ଖବର ସମସ୍ତଙ୍କୁ ଆଶ୍ୱସ୍ତି ଦେଇଛି। ଏବେଠୁ ମୌସୁମୀ ରାଜ୍ୟରେ ପ୍ରବେଶ କରି ସାରିଥିବା ବେଳେ ଆଗକୁ ରହିଛି ରଜ।

ଚଳିତ ବର୍ଷ ସ୍ୱାଭାବିକ ସମୟର ୪ ଦିନ ପୂର୍ବରୁ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି। ଗତ ୩୦ ତାରିଖରେ କେରଳ ଉପକୂଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏହାର ୮ ଦିନ ପରେ ଆଜି ଓଡ଼ିଶାରେ ଏହା ପ୍ରବେଶ କରିଛି। ଏହା ପର୍ଯ୍ୟାୟ କ୍ରମେ ରାଜ୍ୟର ଅନ୍ୟ ଅଞ୍ଚଳରେ ପ୍ରବେଶ କରିବ ।

Leave A Reply

Your email address will not be published.