thelifelinemedia
Latest Odisha News, Breaking News Today

ବନ୍ଧା ହେଲାଣି ମଞ୍ଚା, ୧୦ରେ ଜନତା ମଇଦାନରେ ଶପଥ ନେବେ ମୁଖ୍ୟମନ୍ତ୍ରୀ

ଜୁନ୍ ୧୦ତାରିଖରେ ଜନତା ମଇଦାନରେ ପ୍ରାୟ ୩୦ହଜାରରୁ ଅଧିକ ଜନତାଙ୍କ ଗହଣରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ନିର୍ବାଚନ ପ୍ରଚାର ସମୟରେ ଜୁନ୍‌ ୧୦ତାରିଖରେ ଓଡ଼ିଶାର ଓଡ଼ିଆ ପୁଅ/ଝିଅ ଶପଥ ନେବେ ବୋଲି ଘୋଷଣା କରିଥିବାରୁ ଏହାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।
ହେଲେ ମୁଖ୍ୟମନ୍ତ୍ରୀ କିଏ ‌ହେବେ ସେ ସଂପର୍କରେ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇ ନ ଥିବାରୁ କେଉଁ ଦିନ ଶପଥ ଗ୍ରହଣ ଉତ୍ସବ ହେବ ସେ ନେଇ ବିଜେପି ପକ୍ଷରୁ ରାଜ୍ୟପାଳଙ୍କୁ କିଛି ଅବଗତ କରାଯାଇନି। ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ନଜରରେ ରଖି ମୁଖ୍ୟ ସଚିବ ପି.କେ ଜେନାଙ୍କ ଅଧ୍ୟକ୍ଷତାରେ ଶପଥ ଗ୍ରହଣ ଉତ୍ସବ ନେଇ ପ୍ରଥମ ପ୍ରସ୍ତୁତି ‌ବୈଠକ ଶେଷ ହୋଇଛି। ଏଥିରେ କେଉଁ ବିଭାଗ କ’ଣ କରିବେ ସେନେଇ ଦାୟିତ୍ବ ବଣ୍ଟାଯାଇଛି। ନିଷ୍ପତ୍ତି ହୋଇଛି ଯେ ଜନତା ମଇଦାନରେ ଶପଥ ଗ୍ରହଣ ଉତ୍ସବ ହେବ। ଏଥିରେ ପ୍ରାୟ ୩୦ହଜାର ଲୋକଙ୍କ ସମାବେଶ ହେବାକୁ ଥିବାରୁ ଏହାକୁ ନଜରରେ ରଖି ହ୍ୟାଙ୍ଗର ନିର୍ମାଣ ହେବ। ଏଥିରେ ପ୍ରଧାନମନ୍ତ୍ରୀଙ୍କ
ସମେତ ବହୁ କେନ୍ଦ୍ର ମନ୍ତ୍ରୀ, ପ୍ରାୟ ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବାକୁ ଥିବାରୁ ସ୍ବତନ୍ତ୍ର ଭିଆଇପି ଲାଉଞ୍ଜ ହେବ। ଏହାସହ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ସ୍ବତନ୍ତ୍ର ଏନକ୍ଲୋଜର, ଦୁଇଟି ମେଡିକାଲ ଏଡ୍‌ ପ୍ରକୋଷ୍ଠ ହେବ। ଅତିଥି ଏବଂ ଉପସ୍ଥିତ ଜନତାଙ୍କ ପାଇଁ ଖାଦ୍ୟପାନୀୟ ବ୍ୟବସ୍ଥା କରିବାକୁ ପୂର୍ତ୍ତ ବିଭାଗକୁ ଦାୟିତ୍ବ ଦିଆଯାଇଛି।

Leave A Reply

Your email address will not be published.