thelifelinemedia
Latest Odisha News, Breaking News Today

ସିଦ୍ଧାନ୍ତଙ୍କୁ ମିଳିପାରେ ମନ୍ତ୍ରୀମଣ୍ଡଳରେ ସ୍ଥାନ, ବିଜେପି ଟିକେଟରେ ଦିଗପହଣ୍ଡିରୁ ଜିତିଛନ୍ତି ଏଇ ତାରକା ରାଜନେତା

ଭୁବନେଶ୍ୱର:ରାଜ୍ୟରେ ବିଜେପି ସରକାର ଗଠନ କରିବାକୁ ଯାଉଛି। ନିରଙ୍କୁଶ ବହୁମତ ମିଳିବା ପରେ ସରକାର ଗଠନ ନେଇ ପ୍ରକ୍ରିୟା ଆରମ୍ଭ କରିଛି ବିଜେପି।କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଅଧ୍ୟକ୍ଷତାରେ ବିଧାୟକ ଦଳ ନେତା ବଛାଯିବା ପ୍ରକ୍ରିୟା ଆଗକୁ ବଢିଥିବା ବେଳେ ମନ୍ତ୍ରୀମଣ୍ଡଳରେ କାହାକୁ ମିଳିବ ସ୍ଥାନ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।କେଉଁ କେଉଁ ନେତା ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇପାରନ୍ତି ତାକୁ ନେଇ ଚର୍ଚ୍ଚା ହେଲାଣି। ୟାରି ଭିତରେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କୁ ନେଇ ଜୋରଦାର ଚର୍ଚ୍ଚା। କୁହାଯାଉଛି ସେ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇ ପାରନ୍ତି।

ଜଣେ ଅନୁଭବୀ ରାଜନେତା ହିସାବରେ ତାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।ବିଜେଡି ଟିକେଟରୁ ୨୦୦୯ ଓ ୨୦୧୪ରେ ବ୍ରହ୍ମପୁର ସାଂସଦ ହୋଇଥିବା ସିଦ୍ଧାନ୍ତଙ୍କୁ ୨୦୧୯ରେ ଟିକେଟ ମିଳିନଥିଲା ଏଥିପାଇଁ ସେ ସଂଗଠନରୁ ଦୁରେଇ ଯାଇଥିଲେ ବି ଦଳ ଛାଡି ନଥିଲେ, ତେବେ ନିର୍ବାଚନ ପୂର୍ବରୁ ବିଜେପିରେ ମିଶି ଟିକେଟ ପାଇ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରୁ ଲଢ଼ି ବିଜୟ ହୋଇଛନ୍ତି l ବିଜେଡିର ପୁରୁଣା ଗଡ଼କୁ ଭାଙ୍ଗି ଥିବାରୁ ତାଙ୍କୁ ନେଇ ଏପରି ଚର୍ଚ୍ଚା ହେଉଛି। ପୁରସ୍କାର ହିସାବରେ ମନ୍ତ୍ରୀମଣ୍ଡଳରେ ତାଙ୍କୁ ଜାଗା ମିଳିପାରେ ବୋଲି ଚର୍ଚ୍ଚା ଲାଗି ରହିଛି।

Leave A Reply

Your email address will not be published.