thelifelinemedia
Latest Odisha News, Breaking News Today

୨୪ବର୍ଷ ୩ମାସ ଶାସନ କାଳରେ ଲାଗିଲା ବ୍ରେକ, ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଲମ୍ବା ସମୟ ଶାସନ କ୍ଷମତାରେ ବ୍ରେକ ଲାଗିଲା।୨୪ ବର୍ଷ ୩ ମାସ ଧରି ଶାସନ କରିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନବୀନ ପଟ୍ଟନାୟକ।୫ମାର୍ଚ୍ଚ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ ପଟ୍ଟନାୟକ। ୨୪ନିର୍ବାଚନରେ ପରାଜୟର ସାମ୍ନା କରିଛନ୍ତି ନବୀନ। ଅପରାଜୟ, ଅଦ୍ୱିତୀୟର ଟ୍ୟାଗ ଲାଗିଥିବା ନବୀନଙ୍କ ସାମ୍ନାରେ ୨୪ନିର୍ବାଚନ କଠିନ ସମୟ ନେଇ ଆସିଛି। ବିଜେଡି ପରାଜିତ ହୋଇଛି।

ଗଣତାନ୍ତ୍ରିକ ନିୟମ ଅନୁସାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନବୀନ ପଟ୍ଟନାୟକ । ରାଜଭବନରେ ପହଞ୍ଚି ନିଜର ଇସ୍ତଫାପତ୍ର ରାଜ୍ୟପାଳକୁ ଦେଇଛନ୍ତି । ବିଜେଡିର ବରିଷ୍ଠ ନେତାଙ୍କ ସହ ଆଲୋଚନା ପରେ ଆଜି ରାଜଭବନରେ ପହଞ୍ଚି ଇସ୍ତଫା ଦେଇଛନ୍ତି ନବୀନ ।ଓଡ଼ିଶାରେ ବିଧାନସଭା ନିର୍ବାଚନ ଫଳାଫଳରେ ବିଜେପି ବହୁମତ ହାସଲ କରିଛି । ମ୍ୟାଜିକ୍ ନମ୍ବର ମଧ୍ୟ ପାର୍ କରିଛି । ତେବେ ଦୀର୍ଘ ୨୪ ବର୍ଷ ପରେ ଓଡ଼ିଶାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି

Leave A Reply

Your email address will not be published.