thelifelinemedia
Latest Odisha News, Breaking News Today

ଓଡିଶାରେ ବିଜେପି ସରକାର, କିଏ ହେବେ ମୁଖ୍ୟମନ୍ତ୍ରୀ: ରେସରେ କେଉଁ କେଉଁ ନେତା..

ଭୁବନେଶ୍ୱର:ଓଡିଶାରେ ପଦ୍ମ ଫୁଟିଲା। ଦୀର୍ଘ ବର୍ଷର ଦଳ ବିଜେଡିକୁ ମାତ ଦେଇ ରାଜ୍ୟରେ ପଦ୍ମ ଫୁଟିଛି। ଅଢେଇ ଦଶନ୍ଧିରୁ ଅଧିକ ସମୟ ଧରି କ୍ଷମତାରେ ଥିବା ବିଜେଡି ଗଡ଼ ଭାଙ୍ଗିଛି ବିଜେପି। ଲୋକସଭାରେ ୨୦ଆସନ ପୋଛି ନେବା ସହିତ ବିଧାନସଭାରେ ଏକାକୀ ସରକାର ଗଠନ କରିବା ନେଇ ବହୁମତ ପାଇ ସରିଛି। ତେବେ ଓଡିଶାରେ କିଏ ହେବେ ମୁଖ୍ୟମନ୍ତ୍ରୀ। ବିଜେପି କାହାକୁ ମୁଖ୍ୟମନ୍ତ୍ରୀ କରିବ। ଏବେ ତାରି ଉପରେ ସମସ୍ତଙ୍କ ନଜର ରହିଛି।ମୁଖ୍ୟମନ୍ତ୍ରୀ ଦୌଡ଼ରେ ସବୁଠାରୁ ଆଗରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁର ଲୋକସଭା ଆସନରୁ ବିଜୟ ହୋଇଛନ୍ତି ଧର୍ମେନ୍ଦ୍ର। ବିଜେଡିର ଟାଣୁଆ ନେତା ବବି ଦାଶଙ୍କୁ ପରାସ୍ତ କରି ଆହୁରି ଶକ୍ତିଶାଳୀ ହୋଇଯାଇଛନ୍ତି ଧର୍ମେନ୍ଦ୍ର। ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ ବୋଲି ଏଠି ଚର୍ଚ୍ଚା ହେଉଛି।

ସମ୍ବଲପୁରର ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଓଡିଶା ବିଧାନସଭାର ବିରୋଧୀ ଦଳର ନେତା ଭାବରେ କାର୍ଯ୍ୟ କରୁଛନ୍ତି। ଚଳିତ ଥର ସମ୍ବଲପୁର ବିଧାନସଭା ଆସନରୁ ନିର୍ବାଚନ ଜିତିଛନ୍ତି। ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି।ଭାଜପା ଓଡିଶାର ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅପରାଜିତା ଷଡଙ୍ଗୀଙ୍କ ନାମ ମଧ୍ୟ ରହିଛି। ଅପରଜିତା ହେଉଛନ୍ତି ଭୁବନେଶ୍ୱରର ବର୍ତ୍ତମାନର ଏମପି। ୧୯୯୪ ବ୍ୟାଚ ଓଡିଶା କ୍ୟାଡରର ପୂର୍ବତନ IAS। ଆଇଏଏସ ପଦରୁ ଭିଆରଏସ ନେଇ ରାଜନୀତିରେ ପାଦ ଥାପିଥିଲେ। ୨୦୧୯ରେ ବିଜେପିରୁ ଟିକେଟ ଲଢ଼ି ସାଂସଦ ହୋଇଥିଲେ।ଚଳିତ ଥର ସେ ପୁଣି ଥରେ ଭୁବନେଶ୍ୱରରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି।

ଏହି ରେସ୍‌ରେ ସବୁଠାରୁ ବଡ଼ ଯୁବ ଚେହେରା ହେଲେ ସୂର୍ଯ୍ୟବଂଶୀ ସୁରଜ। ସେ ଭଦ୍ରକର ଧାମନଗର ବିଧାନସଭାମଣ୍ଡଳୀରୁ ବିଧାୟକ ଅଛନ୍ତି। ତେବେ ତାଙ୍କୁ ମଧ୍ୟ ଭାଜପା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ହେଲେ ସେ ସବୁଠାରୁ କମ୍‌ ବୟସର ମୁଖ୍ୟମନ୍ତ୍ରୀ ଭାବେ ଓଡିଶା ଇତିହାସରେ ରେକର୍ଡ ସୃଷ୍ଟି କରିବେ।ଚଳିତ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

Leave A Reply

Your email address will not be published.