thelifelinemedia
Latest Odisha News, Breaking News Today

ଓଡିଶା ଲେଖିଲା ନୂଆ ଇତିହାସ, ରାଜ୍ୟରେ ବହୁମତ ପାଇ ସରକାର କରିବାକୁ ଯାଉଛି ବିଜେପି :ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:ଓଡିଶାରେ ନୂଆ ଇତିହାସ ଲେଖା ହୋଇଛି। ବହୁମତ ପାଇ ସରକାର କରିବାକୁ ଯାଉଛି ବିଜେପି। ଦୀର୍ଘ ବର୍ଷ ଧରି କ୍ଷମତାରେ ଥିବା ବିଜେଡିକୁ ମାତ ଦେଇ ବିଜେପି ଓଡିଶାରେ କ୍ଷମତା କରିବାକୁ ଯାଉଛି।୧୯ଟି ଲୋକସଭା ଆସନରେ ବିଜୟ ସହିତ ରାଜ୍ୟରେ ବିଜେଡ଼ି ଓ କଂଗ୍ରେସ ଦଳକୁ ଦୀର୍ଘବର୍ଷ ଧରି ସେବା କରିବାର ସୁଯୋଗ ମିଳିଥିବା ନେଇ ଓଡିଶା ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
ସମ୍ବଲପୁର ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେଡିର ହେଭି ୱେଟ ନେତା ବବି ଦାଶଙ୍କୁ ହରାଇ ସମ୍ବଲପୁର ଆସନ ଦଖଲ କରିଛନ୍ତି ଧର୍ମେନ୍ଦ୍ର। ଧର୍ମେନ୍ଦ୍ର କହିଛନ୍ତି
ଓଡିଶା ଆସି ପ୍ରଧାନମନ୍ତ୍ରୀ ବିଜେପିକୁ ଗୋଟେ ଥର ସୁଯୋଗ ଦେବାକୁ କହିଥିଲେ, ଜନତା ମଧ୍ୟ ସହମତି ଦେଇ ବଡ଼ ଆଶୀର୍ବାଦ ଦେଇଛନ୍ତି। ରାଜ୍ୟରେ ବିଜେପି ବହୁମତରେ ସରକାର କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ଜୁନ ୧୦ରେ ବିଜେପି ସରକାର କରିବାକୁ ଶପଥ ନେବେ ବୋଲି ଯାହା କହିଥିଲେ, ଏବେ ତାହା ସତ ହୋଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।ଏହା ବିଜେପିର ବିଜୟ ନୁହେଁ ଓଡିଆ ଲୋକଙ୍କ ବିଜୟ।ଏହାସହ ଓଡ଼ିଆ ଅସ୍ମିତା, ଭାଷା ଓଡ଼ିଆ ପରିଚୟର ବିଜୟ।ଓଡିଶାବାସୀଙ୍କ ଜନାଦେଶକୁ ବିଜେପି ସ୍ୱୀକାର କରୁଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।

ଧର୍ମେନ୍ଦ୍ର କହିଛନ୍ତି ରାଜ୍ୟ ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଗ୍ୟାରେଣ୍ଟି ବୃଥା ଯିବନି। ଏହା ନିଶ୍ଚୟ ପୂରଣ ହେବ।ପ୍ରଧାନମନ୍ତ୍ରୀ ଯେତେବେଳେ ଯେଉଁ ପ୍ରତିଶୃତି ଦିଅନ୍ତି ତାକୁ ସେ ପୂର୍ଣ୍ଣ କରନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.