thelifelinemedia
Latest Odisha News, Breaking News Today

ହାରିଲେ ମୁଖ୍ୟମନ୍ତ୍ରୀ, ରାଜନୈତିକ ଜୀବନରେ ପ୍ରଥମ ଥର ହାରିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ହାରିଲେ ମୁଖ୍ୟମନ୍ତ୍ରୀ। ପରାଜୟର ସାମ୍ନା କଲେ ନବୀନ ପଟ୍ଟନାୟକ। ନିଜ ରାଜନୈତିକ ଜୀବନରେ ପ୍ରଥମ ଥର ହାରିଛନ୍ତି ନବୀନ ପଟ୍ଟନାୟକ। ବିଜେପି ପ୍ରାର୍ଥୀଙ୍କ ଠାରୁ ନବୀନ ପରାସ୍ତ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ୩୨୮୩ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ଲକ୍ଷ୍ମଣ ବାଗଙ୍କୁ ମୋଟ ୪୪, ୪୨୪ ଖଣ୍ଡ ମିଳିଥିବାବେଳେ କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରରେ ନବୀନ ପଟ୍ଟନାୟକ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଓ ତାଙ୍କୁ ୪୧,୧୪୧ ଖଣ୍ଡ ଭୋଟ ମିଳିଛି। ଏଠାରେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂହ ସାଲୁଜା ତୃତୀୟ ସ୍ଥାନରେ ରହିଛନ୍ତି ଏବଂ ତାଙ୍କୁ ୧୪,୪୪୭ ଖଣ୍ଡ ଭୋଟ ମିଳିଛି। ସେହିପରି ସିପିଆଇ ପ୍ରାର୍ଥୀ ପ୍ରଣବ ଭୋଇଙ୍କୁ ୭୭୫, ସ୍ବାଧୀନ ପ୍ରାର୍ଥୀ ସୁରଥ ବେହେରାଙ୍କୁ ୬୬୯, ଆମ୍ବେଦକର ପାର୍ଟି ଅଫ ଇଣ୍ଡିଆ ପ୍ରାର୍ଥୀ ୬୫୬, ସ୍ବାଧୀନ ପ୍ରାର୍ଥୀ ଧନେଶ୍ବର ମାଝୀ ୬୪୮, ଅଲ ଇଣ୍ଡିଆ ଫରୱାଡ ବ୍ଲକ ଅଭିରାମ ଧାରୁଆ ୬୪୬, ସ୍ବାଧୀନ ପ୍ରାର୍ଥୀ ଶୋହନ ସିପ୍କା ୫୯୫, ସ୍ବାଧୀନ ପ୍ରାର୍ଥୀ କମଲ କୁମାର ଛତ୍ରୀଆ, କୋଶଲ ମୁକ୍ତି ମୋର୍ଚ୍ଚା ପ୍ରାର୍ଥୀ ଦେବେନ୍ଦ୍ର କୁମାର ଜୈନ ୪୩୬ଖଣ୍ଡ ଭୋଟ ମିଳିଥିବାବେଳେ ନୋଟାରେ ୯୩୯ଟି ଭୋଟ ମିଳିଛି।

ଥରେ କି ଦୁଇ ଥର ନୁହେଁ, ପାଞ୍ଚ ପାଞ୍ଚ ଥର ସିଏମ୍ ଚଉକି ହାସଲ କରି ସାରିଛନ୍ତି । ବିଚକ୍ଷଣ ଦକ୍ଷତା ଆଉ ଗୋଟି ଚାଳନା ବଳରେ ବିରୋଧୀଙ୍କୁ ନାକେଦମ କରି ଦୀର୍ଘ ବର୍ଷ ହେଲା ନେଇ ଆସୁଛନ୍ତି ନେତୃତ୍ବ । ବିଭିନ୍ନ ପ୍ରତିକୂଳ ପରିସ୍ଥିତିକୁ ପାଦରେ ଏଡାଇ ଦୀର୍ଘ ଦୁଇ ଦଶନ୍ଧି ହେଲା ମୁଖ୍ୟମନ୍ତ୍ରୀ ପଦରେ ରହିଛନ୍ତି ।କିନ୍ତୁ ଏଥର ନବୀନଙ୍କ ଆଶା ଧୂଳିସାତ ହୋଇଛି। ଷଷ୍ଠଥର କ୍ଷମତା ଆଶା ମଉଳିଗଲା। ଷଷ୍ଠ ଥର କ୍ଷମତାକୁ ଆସିଥିଲେ ନବୀନ ଦେଶର ସର୍ବାଧିକ ମୁଖ୍ୟମନ୍ତ୍ରୀ ରହିବାର ରେକର୍ଡ କରିଥାନ୍ତେ। କିନ୍ତୁ ଏବେ ସବୁ ଆଶା ଫସର ଫାଟିଗଲା।
.

Leave A Reply

Your email address will not be published.