thelifelinemedia
Latest Odisha News, Breaking News Today

ଦିଗପହଣ୍ଡିରେ ଜିତିଲେ ସିଦ୍ଧାନ୍ତ, ବିଜେଡି ଗଡ଼ରେ ଫୁଟିଲା ପଦ୍ମ

ଗଞ୍ଜାମ: ଦିଗପହଣ୍ଡିରେ ପଦ୍ମ ଫୁଟାଇଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର।ବିଜେଡି ଗଡ଼ରେ ବିଜେପି ବିଜୟୀ ହୋଇଛି। ବିଜେଡିର ପ୍ରାର୍ଥୀ ତଥା ସ୍ବର୍ଗତଃ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କୁ ହରାଇ ସିଦ୍ଧାନ୍ତ ମହାପାତ୍ର ବିଜୟୀ ହୋଇଛନ୍ତି। ବିଜେଡିର ଗଡ଼ ଥିବା ଗଞ୍ଜାମ ଜିଲ୍ଲାରେ ବିଜେପି ପଦ୍ମ ଫୁଟାଇଛି।୨୦୦୯ରୁ ଲଗାତାର ଭାବେ ବିଜେଡି ସେଠି ବିଜୟୀ ହେଉଥିବା ବେଳେ ବିଜେପି ଏଥର ବାଜିମାତ୍ କରିଛି । ସୂର୍ଯ୍ୟ ପାତ୍ର ବିଜେଡିରୁ ୩ ଥର ବିଧାୟକ ହୋଇଥିବା ବେଳେ ଏଥର ତାଙ୍କ ପୁଅକୁ ଟିକେଟ୍ ଦେଇଥିଲା ଦଳ । ବିଜେପି ଏଠାରେ ସିଦ୍ଧାନ୍ତଙ୍କୁ ମଇଦାନକୁ ଆଣିଥିଲା। ବିଜେପି ଏଠାରେ ଦମଦାର ପ୍ରଦର୍ଶନ କରିଛି।ସିଦ୍ଧାନ୍ତ ଦିଗପହଣ୍ଡିରେ ବିଜୟୀ ଲାଭ କରିଛନ୍ତି ।

୨୦୧୯ରେ ଗଞ୍ଜାମରେ ବିଜେଡି ୧୩ଟି ବିଧାନସଭାରୁ ୧୨ଟି ଜିତିଥିଲା ବିଜେଡି।କିନ୍ତୁ ଚଳିତ ଥର ବିଜେଡି ୧୧ସିଟରେ ଜିତିଛି। ଗଞ୍ଜାମ ବିଜେଡିର ଗଡ଼ ଥିବା ବେଳେ ଏବେ ସେଇ ଗଡ଼ରେ ବିଜେପି ଧସେଇ ପଶିଛି। ଗଞ୍ଜାମ ଜିଲ୍ଲାରେ ଦିଗପହଣ୍ଡି ଚର୍ଚ୍ଚିତ ଆସନ. ଏଠାରେ ବିଜେଡିର ଦବଦବା ରହିଆସିଥିଲା। କିନ୍ତୁ ଏବେ ସେଇ ଆସନକୁ ବିଜେପି ଜିତି ସରିଛି। ସିଦ୍ଧାନ୍ତ ମହାପାତ୍ର ଦିଗ ପହଣ୍ଡିରୁ ଜିତି ବିଜେଡି ରେକର୍ଡ ଭାଙ୍ଗି ଛନ୍ତି।ବିଜୟୀ ହେଲା ପରେ ସିଦ୍ଧାନ୍ତ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି, ଦିଗପହଣ୍ଡି ମାଟି ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲି, ତାହା ପୂରା କରିବି।

Leave A Reply

Your email address will not be published.