thelifelinemedia
Latest Odisha News, Breaking News Today

ଓଡିଶା ଲୋକସଭାରେ ବିଜେପି ସପକ୍ଷରେ ଏକାଧିକ ଏକଜିଟ ପୋଲ, ୧୫ରୁ ଅଧିକ ସିଟ ଯାଇପାରେ ବିଜେପି ଖାତାକୁ

ଭୁବନେଶ୍ୱର:ଓଡିଶା ଲୋକସଭା ନିର୍ବାଚନରେ ବିଜେପି ୧୫ରୁ ଅଧିକ ସିଟ୍ ଜିତିବା ନେଇ ଏକାଧିକ ସଂସ୍ଥା ଦାବି କରିଛନ୍ତି ।ତେବେ ଏଗଜିଟ ପୋଲର ଆକଳନ ଅନୁସାରେ, ଲୋକସଭା ନିର୍ବାଚନରେ ବିଜେପି, ବିଜେଡିଠାରୁ ଆଗରେ ରହିପାରେ । ମୋଟ ୨୧ ଆସନ ମଧ୍ୟରୁ ବିଜେଡି ଦୁଇ ଅଙ୍କ ଛୁଇଁନପାରେ ବୋଲି ଆକଳନ କରିଛନ୍ତି ଅଧିକାଂଶ ଜାତୀୟ ଗଣମାଧ୍ୟମ ଓ ସର୍ଭେ ସଂସ୍ଥା ।

ଜନ କୀ ବାତର ଏକଜିଟ ପୋଲ କହୁଛି ବିଜେପିକୁ ୧୫ରୁ ୧୮ ଲୋକସଭା ଆସନ ମିଳିପାରେ ।ସେହିପରି ବିଜେଡିକୁ ୩ରୁ ୭ ଆସନ ମିଳିବା ନେଇ ଆକଳନ ହୋଇଛି। ଅନ୍ୟପଟେ କଂଗ୍ରେସକୁ କୌଣସି ଆସନ ଦେଇନି ଜନ କୀ ବାତ। କଂଗ୍ରେସକୁ ଗୋଟିଏ ବି ଆସନ ମିଳିନପାରେ ବୋଲି ଜନ କୀ ବାତ କହିଛି । ନ୍ୟୁଜ-୨୪ର ପୂର୍ବାନୁମାନ କହୁଛି ବିଜେପିକୁ ୧୬ଟି ଲୋକସଭା ଆସନ ମିଳିବା ସମ୍ଭାବନା ରହିଛି। ବିଜେଡିକୁ ୪ଟି ଆସନ ମିଳିବା ସମ୍ଭାବନା । କଂଗ୍ରେସକୁ ୧ଟି ଆସନ ମିଳିବା ସମ୍ଭାବନା । ସେହିପରି ଏନଡିଟିଭି ସର୍ଭେ କହୁଛି ବିଜେପିକୁ ୧୫ରୁ ୧୮ ଲୋକସଭା ଆସନ ମିଳିପାରେ । ବିଜେଡିକୁ ୩ରୁ ୮ ମିଳିବା ସମ୍ଭାବନା ଏବଂ କଂଗ୍ରେସକୁ କୌଣସି ବି ଆସନ ମିଳିନପାରେ। ଟାଇମ୍ସ ନାଓ ପୂର୍ବାନୁମାନ ଅନୁସାରେ ବିଜେପିକୁ ୧୩ ଲୋକସଭା ଆସନ ମିଳିବା ସମ୍ଭାବନା । ସେହିପରି ବିଜେଡିକୁ ୮ ଓ କଂଗ୍ରେସକୁ କୌଣସି ଆସନ ମିଳିନପାରେ ବୋଲି କୁହାଯାଉଛି । ରିପବ୍ଲିକ ପୂର୍ବାନୁମାନ ଅନୁସାରେ ବିଜେପିକୁ ୯ରୁ ୧୨, ବିଜେଡିକୁ ୭ରୁ ୧୦, କଂଗ୍ରେସକୁ ୦-୧ ଆସନ ମିଳିପାରେ ବୋଲି ଆକଳନ ହୋଇଛି।

ବିଜେଡି ପାଇଁ ୨୦୧୯ ନିର୍ବାଚନ ସଫଳତା ୨୦୨୪ରେ ଦୋହରାଇବା କଷ୍ଟକର ହୋଇପାରେ।ଲୋକସଭାରେ ଦଳ ଗତଥର ୧୨ ଆସନ ହାତେଇଥିଲା।ଏଥର ଏହି ଆସନ ସଂଖ୍ୟା କମିବ।କଂଗ୍ରେସର ଭାଗ୍ୟ କିନ୍ତୁ ସୁଧୁରିବାର ସାମାନ୍ୟ ସଙ୍କେତ ନାହିଁ।୨୦୨୪ର ବୁଥ ବାହୁଡା ମତ ଓଡ଼ିଶା ପରିପ୍ରେକ୍ଷୀରେ ଏଭଳି ସଙ୍କେତ ଦେଇଛି। ଏକଜିଟ ପୋଲ ଏଥର କେତେ ଏକଜାଟ ହେବ ତାହା ଆସନ୍ତା ୪ତାରିଖରେ ହିଁ ଫଳାଫଳ ଆସିଲେ ଜଣାପଡିବ।

Leave A Reply

Your email address will not be published.