ଆସିଲା ଏକଜିଟ ପୋଲ, ବିଜେପିକୁ ମିଳିପାରେ ସ୍ପଷ୍ଟ ବହୁମତ.. ତୃତୀୟ ଥର କେନ୍ଦ୍ରରେ ସରକାର କରିପାରେ ବିଜେପି

ବ୍ୟୁରୋ :ଆସିଲା ଏକଜିଟ ପୋଲ। ବିଜେପି ପୁଣି ଥରେ କେନ୍ଦ୍ରରେ ସରକାର ଗଠନ କରିବା ନେଇ ବହୁ ସଂସ୍ଥା ଆକଳନ କରିଛନ୍ତି। ବୁଥ ବାହୁଡା଼ ମତ ବା ଏକଜିଟ ପୋଲ ଯଦିଓ ଏକଜାଟ ନୁହେଁ କିନ୍ତୁ ପାଖାପାଖି ସେଇ ଫଳା ଫଳ ହୋଇପାରେ। ରି ପବ୍ଲିକ ଟିଭି କହିଛି ଏଥର ଏନଡ଼ିଏକୁ ୩୫୯ ସିଟ ମିଳିପାରେ ଅର୍ଥାତ ରି ପବ୍ଲିକ ଟିଭିର ଆକଳନ ଏଥର ତୃତୀତ ଥର ସରକାର କରିପାରେ ବିଜେପି।
ଇଣ୍ଡିଆ ମେଣ୍ଟକୁ ୧୫୪ ସିଟ ମିଳିପାରେ ଏବଂ ଅନ୍ୟ ଖାତାକୁ ଯାଇପାରେ ୩୦ଟି ଆସନ। ସେହପରି ଜନ କି ବାତ ସର୍ଭେ କହୁଛି ଏନଡ଼ିଏକୁ ମିଳିପାରେ ୩୬୨ ରୁ ୩୯୨, ଇଣ୍ଡିଆ ମେଣ୍ଟକୁ ମିଳିପାରେ ୧୪୧ରୁ ୧୬୧ ଏବଂ ଅନ୍ୟଙ୍କୁ ମିଳିପାରେ ୧୦ରୁ ୨୦ ସିଟ। ଆଉ ଏକ ସଂସ୍ଥା ଇଣ୍ଡିଆ ନ୍ୟୁଜ ଆକଳନ କରିଛି ଏଥର କେନ୍ଦ୍ରରେ ବିଜେପି ହିଁ ସରକାର କରିବ। ଏନଡ଼ିଏକୁ ୩୭୧ ମିଳୁଥିବା ବେଳେ ଇଣ୍ଡିଆ ମେଣ୍ଟକୁ ୧୨୫ଟି ସିଟ ମିଳିପାରେ ଏବଂ ଅନ୍ୟଙ୍କୁ ୪୭ଟି ସିଟ ମିଳିପାରେ।
ସବୁ ସଂସ୍ଥା ବିଜେପିକୁ ବହୁମତ ଦେଇଛନ୍ତି। ଯଦିଓ କୌଣସି ସଂସ୍ଥା ଏନଡ଼ିଏକୁ ୪୦୦ ଉପରେ ନମ୍ବର ଦେଇ ନାହାନ୍ତି କିନ୍ତୁ ପ୍ରାୟ ସଂସ୍ଥା ୩୫୦ରୁ ଅଧିକ ସଂଖ୍ୟା ଦେଇଛନ୍ତି। ଏକଜିଟ ପୋଲ ଏକଜାଟ ହେଉଛି କି ନାହିଁ ତାହା ଜୁନ ୪ ତାରିଖରେ ଜଣାପଡିବ।