୨୯୫ ସିଟ ହାତେଇବା ସହିତ ସରକାର କରିବ ଇଣ୍ଡିଆ ମେଣ୍ଟ, ୨୩୫ ଭିତରେ ସୀମିତ ରହିବ ଏନଡିଏ: ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ: ସରକାର ଗଠନ କରିବ ଇଣ୍ଡିଆ ମେଣ୍ଟ। ୨୯୫ ସିଟ ସହିତ କେନ୍ଦ୍ରରେ ଇଣ୍ଡିଆ ମେଣ୍ଟ ସରକାର କରିବ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ନିର୍ବାଚନ ଫଳାଫଳ ପୂର୍ବରୁ ଇଣ୍ଡିଆ ମେଣ୍ଟର ବୈଠକ ବସିଥିଲା। ଇଣ୍ଡିଆ ମେଣ୍ଟର ସଦସ୍ୟ ଏଥିରେ ଯୋଗ ଦେଇଥିଲେ। ସେହିପରି ଏନଡ଼ିଏ ଏଥର ୨୩୫ ଆସନ ଭିତରେ ସୀମିତ ରହିବ ବୋଲି ଖଢ଼ଗେ କହିଛନ୍ତି।
ବୈଠକରେ କଂଗ୍ରେସର ବରିଷ୍ଠ ନେତାଙ୍କ ବ୍ୟତୀତ ଏନସିପି (ଶରଦ ଦଳ) ନେତା ଶରଦ ପାୱାର, ସିପିଆଇର ଡି ରାଜାଙ୍କ ସମେତ ବହୁ ନେତା ଉପସ୍ଥିତ ଅଛନ୍ତି। ଏହି ବୈଠକରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ମଧ୍ୟ ଉପସ୍ଥିତ ଅଛନ୍ତି। ତେବେ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବୈଠକରୁ ନିଜକୁ ଦୂରେଇ ରଖିଛନ୍ତି ।ଏହି ବୈଠକରେ ବିରୋଧୀ ଦଳ ନିର୍ବାଚନରେ ସେମାନଙ୍କର ପ୍ରଦର୍ଶନକୁ ସମୀକ୍ଷା କରିବେ ଏବଂ ଜୁନ୍ ୪ ରେ ଆସୁଥିବା ଫଳାଫଳକୁ ଦୃଷ୍ଟିରେ ରଖି ଏହାର ଭବିଷ୍ୟତର ରାଜନୈତିକ ରଣନୀତିର ବିକଳ୍ପ ଉପରେ ଆଲୋଚନା କରିବେ ବୋଲି କୁହାଯାଇଛି। ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା। ପ୍ରାୟ ୯୭ କୋଟି ଲୋକ ଏଥର ମତଦାନ ସାବ୍ୟସ୍ତ କରିଛନ୍ତି।