thelifelinemedia
Latest Odisha News, Breaking News Today

ବିଶ୍ୱ ପାଳୁଛି ତମାଖୁ ବର୍ଜନ ଦିବସ: ତମାଖୁ ଛାଡ଼ନ୍ତୁ, ସୁସ୍ଥ ରୁହନ୍ତୁ

ବ୍ୟୁରୋ:ଆଜି ହେଉଛି ବିଶ୍ୱ ତମାଖୁ ବର୍ଜନ ଦିବସ । ସ୍ୱାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ସଂପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ତେବେ ଆଇନ ଓ ସଚେତନତା କାର୍ଯ୍ୟକ୍ରମ କିଛି ମାତ୍ରାରେ ତମାଖୁ ବିକ୍ରି ଏବଂ ଏହାର ବ୍ୟବାହାରକୁ ନିୟନ୍ତ୍ରଣ କରିଛି ସତ, ହେଲେ ଏବେ ବି ଏହାର ବ୍ୟବହାର ଜନିତ ବିଭିନ୍ନ ରୋଗର ଭୟାବହତା କମିନି। ଆଜି ବିଶ୍ୱର ବିଭିନ୍ନ ଜାଗାରେ ତମାଖୁ ଦିବସ ପାଳନ କରାଯାଇ ଲୋକଙ୍କୁ ସଚେତନ କରଯାଉଛି।
ସର୍ଭେ କହୁଛି , ୟୁରୋପୀୟ ଅଞ୍ଚଳର ୧୨.୫% ​​କିଶୋର ୨୦୨୨ ମସିହାରେ ଇ-ସିଗାରେଟ୍ ବ୍ୟବହାର କରିଛନ୍ତି, ଯାହାକି ବୟସ୍କମାନଙ୍କ ତୁଳନାରେ ୨% ଅଧିକ। ଏହି ଅଞ୍ଚଳର କେତେକ ଦେଶରେ, ସ୍କୁଲ ପିଲାମାନଙ୍କ ମଧ୍ୟରେ ଇ-ସିଗାରେଟ୍ ବ୍ୟବହାର ସିଗାରେଟ୍ ଟାଣିବା ହାରଠାରୁ ୨-୩ ଗୁଣ ଅଧିକ।ତମାଖୁ ସେବନ ଦ୍ୱାରା ସମାଜରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଅନେକ କ୍ଷତି ହେଉଛି। ଏହା କେବଳ କ୍ୟାନସରର କାରଣ ତାହା ନୁହେଁ ଏହା ହୃଦରୋଗ, ଶ୍ୱାସଜନିତ ରୋଗ, ବ୍ରେନ୍‌ଷ୍ଟ୍ରୋକ୍ ଆଦିର କାରଣ ସାଜୁଛି। ତେବେ ବର୍ତ୍ତମାନ ଯୁବ ବର୍ଗଙ୍କୁ କବଳିତ କରିଛି ତମାଖୁ।

୧୯୮୭ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତମାଖୁର ବ୍ୟବହାର ଉପରେ ନିୟମନ୍ତ୍ରଣ ଆଣିବା ପାଇଁ ଏକ ସ୍ୱତନ୍ତ୍ର ଦିବସର ସ୍ଥାପନା କରିବାକୁ ନିଷ୍ପତ୍ତି ନେଇଥିଲା ।୧୯୮୮ ମସିହା ମେ ୩୧ ତାରିଖରେ ପ୍ରଥମ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଥିଲା ।ତମାଖୁ ଦ୍ୱାରା ଆମ ଶରୀରରେ ଅନେକ ପ୍ରାଣଘାତୀ ରୋଗ ଜନ୍ମ ନେଇଥାଏ ।ଏହାଦ୍ୱାରା କର୍କଟ, ହୃଦରୋଗ, ଶ୍ୱାସରୋଗ ଆଦି ରୋଗ ସୃଷ୍ଟି ହୁଏ ।ତମାଖୁ କେବଳ ଆମର ସ୍ୱାସ୍ଥ୍ୟ ନୁହେଁ, ବରଂ ପରିବେଶକୁ କ୍ଷତିଗ୍ରସ୍ତ କରିଥାଏ ।ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ୨୦୨୨ ରିପୋର୍ଟ ଅନୁଯାୟୀ ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୮ ନିୟୁତ ଲୋକଙ୍କ ଜୀବନ ଯାଉଛି । ତେଣୁ ସଚେତନ ହୋଇ ତମାଖୁ ଠାରୁ ଦୁରେଇ ରହିବାକୁ ଲୋକଙ୍କୁ ସଚେତନ କରାଯାଉଛି।

Leave A Reply

Your email address will not be published.