thelifelinemedia
Latest Odisha News, Breaking News Today

ପୁଣି ଚର୍ଚ୍ଚାରେ ଟୁଙ୍ଗୁରୁ ଭୋଳ, ପାଇପ ଚୋରି ଅଭଯୋଗରେ ବାନ୍ଧିଲା ପୋଲିସ

ଭୁବନେଶ୍ୱର: କୋଟିଏ ଟଙ୍କାର ପାଣି ପାଇପ୍ ଚୋରି ଅଭିଯୋଗରେ ୧୧ ଜଣ ଗିରଫ। ଚନ୍ଦକା ପୋଲିସ ସହାୟତାରେ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ । RWSS ର ପାଣି ପାଇପ କାମ ଚାଲିଥିବା ବେଳେ ମୂଲ୍ୟବାନ ପାଇପ ଚୋରି ନେଇ ଆସିଥିଲା ଅଭିଯୋଗ। ଏକ ୧୫ ଜଣିଆ ଗ୍ୟାଙ୍ଗ ସାରା ଓଡିଶାରୁ ଏଭଳି ପାଣି ପାଇପ ଚୋରି କରୁଥିବା ଖବର ପାଇବା ପରେ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ଗିରଫ କରାଯାଇଛି।
ଚୋରି କରିବା ପରେ ଅଭିଯୁକ୍ତ ମନେ ଫର୍ଜି ଡକ୍ୟୁମେଣ୍ଟ ଓ ଚାଲାଣ ତିଆରି କରି ରାୟପୁର, ଭିଲାଇକୁ ଏସବୁ ସପ୍ଲାଏ କରୁଥିଲେ। ସେଠାରେ ପହଁଚିବା ପରେ ପାଇପ ଗୁଡିକୁ ତାରଳାଇ ମୋଟା ଅଙ୍କର ଟଙ୍କା ରୋଜଗାର କରୁଥିଲେ ଅଭିଯୁକ୍ତ। ଏହି ଗ୍ୟାଙ୍ଗ ର ମୁଖ୍ୟ ଅଭିଯୁକ୍ତ ଚନ୍ଦକା ଅଞ୍ଚଳର ସୁଧୀର ବେହେରାକୁ କାବୁ କରିବା ପରେ ପୋଲିସ ପୁରା ଗ୍ୟାଙ୍ଗ ସମ୍ପର୍କରେ ଖବର ପାଇଥିଲା । ରୋଚକ କଥା ହେଉଛି ଗତ କିଛି ଦିନ ତଳେ ଚର୍ଚ୍ଚା ରେ ଥିବା ଟୁଙ୍ଗୁରୁ ଭୋଳ ଏହି କେସରେ ଅନ୍ୟତମ ଅଭିଯୁକ୍ତ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି। ରାୟଗଡା, ଖୋର୍ଦ୍ଧା, କଟକ ଓ ଗଞ୍ଜାମ ରେ ମଧ୍ୟ ଏମାନଙ୍କ ନାଁ ରେ ଅନେକ କେସ ରହିଛି। ଅଧିକ ତଦନ୍ତ ପାଇଁ ଖୁବଶୀଘ୍ର ଏମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ଡିସିପି ।

Leave A Reply

Your email address will not be published.