thelifelinemedia
Latest Odisha News, Breaking News Today

ତାତିରୁ ନାହିଁ ନିସ୍ତାର, ଆହୁରି ଜଳିବ ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଛି ଗ୍ରୀଷ୍ମ ଲହରୀ। ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରୁ ତ୍ରାହି ତ୍ରାହି ଡାକୁଛନ୍ତି ଲୋକ। ଆହୁରି ତିନି ଦିନ ନିସ୍ତାର ନାହିଁ।ଓଡ଼ିଶାର ଉପକୂଳରେ ପ୍ରବଳ ଗୁଳୁଗୁଳି ହେଉଥିବା ବେଳେ ପଶ୍ଚିମ ଭାଗରେ ଜଳାଉଛି ତାତି। ଆଜି ଦିନ ସାଢ଼େ ୨ଟା ସୁଦ୍ଧା ୪୫ ଡିଗ୍ରୀ ତାତିରେ ସିଝିଲା ସମ୍ବଲପୁର। ସେଠାରେ ସର୍ବୋଚ୍ଚ ତାପମାତ୍ରା ୪୫.୨ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ସେହିପରି ଝାରସୁଗୁଡ଼ାରେ ୪୪.୬, ହୀରାକୁଦରେ ୪୪.୫ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ ହୋଇଛି।

ରାଉରକେଲାରେ ୩୯.୪, ଗୋପାଳପୁରରେ ୩୪.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି। ଆଗାମୀ ତିନି ଦିନ ପାଇଁ ହିଟୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଜି ପାଇଁ ୭ ଜିଲ୍ଲା ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାକୁ ସିଭିୟର ହିଟୱେଭ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରି ପାଣିପାଗ ବିଭାଗ।

ସେହିପରି ୧୬ ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ୟେଲୋ ସତର୍କତା। ଆସନ୍ତାକାଲି ପାଇଁ ପଶ୍ଚିମ ଓଡ଼ିଶାର ୪ ଜିଲ୍ଲାକୁ ଅରେଞ୍ଜ ଓ ୧୬ ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ।୩ ତାରିଖ ଯାଏ ଜାରି ରହିବ ଗ୍ରୀଷ୍ମ ଲହରି।

Leave A Reply

Your email address will not be published.