thelifelinemedia
Latest Odisha News, Breaking News Today

ଅଂଶୁଘାତରୁ ବର୍ତ୍ତିବେ କେମତି, ଜାଣନ୍ତୁ ପ୍ରବଳ ଖରାରେ କଣ କରିବେ ଆଉ କଣ ନ କରିବେ

ଭୁବନେଶ୍ବର: କଲ ବଲ କରୁଛି ତାତି । ସବୁଆଡେ଼ ଏବେ ଗ୍ରୀଷ୍ମ ପ୍ରକୋପ । ରାଜ୍ୟରେ ଅଂଶୁଘାତ ମୃତ୍ୟୁ ଚିନ୍ତାର କାରଣ ହେଲାଣି।ତେବେ ଆଗକୁ ଡହଡହ ତାତି ପାଇଁ ଅଂଶୁଘାତ ହେବାର ସମ୍ଭାବନା ରହିଛି।ଆସନ୍ତୁ ଜାଣିବା ଅଂଶୁଘାତରୁ ରକ୍ଷା ପାଇବେ କିପରି ।ଖରାରେ ବାହାରକୁ ବାହାରନ୍ତୁ ନାହିଁ ।ଆବଶ୍ୟକ ପଡିଲେ ସତର୍କତା ସହ ଯାଆନ୍ତୁ। ଖରାକୁ ବାହାରିଲେ ମୁଣ୍ଡରେ ଓଦା ଗାମୁଛା, ଛତା,ଚପଲ ,କଳା ଚଷମା ଇତ୍ୟାଦି ବ୍ୟବହାର କରି ଯାଆନ୍ତୁ।ପ୍ରଚୁର ପରିମାଣରେ ପାଣି ,ତୋରାଣି, କାଞି ପିଇବା ସହ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ। କାରଣ ଖରାଦିନେ ଶରୀରରୁ ଜଳିୟ ଅଂଶ କମି ଯାଇଥାଏ ।ନଜର ପକାନ୍ତୁ ଅଂଶୁଘାତରୁ ରକ୍ଷା ପାଇଁ କଣ ସବୁ କରିବେ
-ଖରାରେ ବାହାରକୁ ଯାଆନ୍ତୁ ନାହିଁ।
-ନିଆଁ ପାଖରେ ବେଶୀ ସମୟ ରୁହନ୍ତୁ ନାହିଁ।
-ଦିନ ୧୧ ଟା ରୁ ୩ ଟା ପର୍ଯ୍ୟନ୍ତ ଖରାରେ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ।
-ଯଥେଷ୍ଟ ପାଣି ପିଇବା ସହ କାକୁଡି,ତରଭୁଜ, ପଖାଳ ଆଦି ଖାଆନ୍ତୁ
-ସ୍କୁଲ ପିଲାଙ୍କ ପାଇଁ ପାଣିର ଉଚିତ ବ୍ୟବସ୍ଥା କରନ୍ତୁ।
-ଛାଇ ସ୍ଥାନରେ ବିଶ୍ରାମ କରନ୍ତୁ ଏବଂ ଓ.ଆର୍.ଏସ୍ ପିଅନ୍ତୁ।
-ବାହାରକୁ ଯିବାବେଳେ ଛତା,ଜୋତା,ଓଦା ଗାମୁଛା ଓ ପାଣି ବୋତଲ ବ୍ୟବହାର କରନ୍ତୁ।

ଗ୍ରୀଷ୍ମପ୍ରବାହ ସମୟରେ ସବୁଠୁ ସତର୍କ ରହିବାର ସମୟ ହେଉଛି ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା। ଏହି ସମୟ ଭିତରେ ସତର୍କ ରହିଲେ ଅଂଶୁଘାତରୁ ବର୍ତ୍ତି ପାରିବା। ଏନେଇ ସୂଚନା ଦେଇଛନ୍ତି ଏସଆରସି ସତ୍ୟବ୍ରତ ସାହୁ। ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖରାରେ କାମ କରାଇବା ମନା। ଖରାରେ କାମ କରାଇଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି। ଗତକାଲି ସୁନ୍ଦରଗଡ଼ ଜିଲ୍ଲାରୁ ୧୨, ଝାରସୁଗୁଡ଼ାରୁ ୬ଟି ମୃତ୍ୟୁ ଅଭିଯୋଗ ଆସିଛି। ତାହା ଅଂଶୁଘାତ ମୃତ୍ୟୁ କି ନୁହେଁ, ତଦନ୍ତ କାର୍ଯ୍ୟ ସରିଲା ପରେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। ମେ ମାସରେ ରାତିରେ ରହୁଛି ଅଧିକ ଗରମ। ସିଭିୟର ଗରମ ରାତି ରହିବା ଫଳରେ ଶୋଇଲେ ବି ଶରୀର ବିଶ୍ରାମ ନେଉନି। ରାତିରେ ଗରମ ଅଧିକ ରହିଲେ ଲୋକଙ୍କ ପାଇଁ ବିପଦ। ବିନା ଏସିରେ ରାତିରେ ଘର ଭିତରେ ରହିଲେ ବି ବିପଦ।

Leave A Reply

Your email address will not be published.