୪୫ଡିଗ୍ରୀ ଉପରେ ପାରଦ: ଆହୁରି ୩ ଦିନ ଗରମ ଓ ଗୁଳୁଗୁଳିରେ ସନ୍ତୁଳିହେବେ ରାଜ୍ୟବାସୀ

ଭୁବନେଶ୍ୱର:ଜଳୁଛି ପଶ୍ଚିମ ଓଡ଼ିଶା ।ଅସହ୍ୟ ତାତି ସାଙ୍ଗକୁ ଭୀଷଣ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ପଶ୍ଚିମ ଓଡିଶା ବାସୀ ।ଦିନ ହେଉ କି ରାତି ପ୍ରବଳ ତାତି ସହ ଅସହ୍ୟ ଗଗୁଳୁଗୁଳିରେ ସନ୍ତୁଳି ହେଉଛି ଜନଜୀବନ। ଝାରସୁଗୁଡାରେ ସବୁଠୁ ଅଧିକ ତାତି। ୪୭ଡିଗ୍ରୀ ଛୁଇଁଛି ଝାରସୁଗୁଡା ପାରଦ। ୯ଟି ସହରରେ ପାରଦ ୪୫ଡିଗ୍ରୀ ଉପରେ ରହିଛି। ଝାରସୁଗୁଡା, ଟିଟିଲାଗଡ଼, ସୋନପୁର,ଭବାନୀପାଟଣା, ସମ୍ବଲପୁର, ବରଗଡ଼, ବଲାଙ୍ଗିର ଓ ହୀରାକୁଦରେ ୪୫ ଡିଗ୍ରୀ ଉପରେ ରହିଛି ପାରଦ।ଆହୁରି ତିନି ଦିନ ଗ୍ରୀଷ୍ମ ପ୍ରବାହ ରାଜ୍ୟରେ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ଆଜି ବି ରାଜ୍ୟରେ ଅନୁଭୂତ ହେବ ଅସହ୍ୟ ତାତି । ଏପରିକି ରାଜଧାନୀର ଆଦ୍ରତା ୮୭ ପ୍ରତିଶତ ରହିଛି। ଆଜି ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲା ପାଇଁ ଭୀଷଣ ଗ୍ରୀଷ୍ମ ପ୍ରବାହ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।କେନ୍ଦୁଝର ସୁନ୍ଦରଗଡ଼,ମାଲକାନଗିରି, ଖୋର୍ଦ୍ଧା ,ଗଜପତି,ଗଂଜାମ ଦେବଗଡ଼,ବରଗଡ଼,ନୂଆପଡ଼ା ଓ କଳାହାଣ୍ଡିରେ ବି ଗ୍ରୀଷ୍ମପ୍ରବାହ ବି ଅନୁଭୂତ ହେବ।ଉପକୂଳ ଓଡ଼ିଶାର ବି ଭୀଷଣ ଗୁଳୁଗୁଳି କଲବଲ କରିବ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ଢେଙ୍କାନାଳରେ ଗୁଳୁଗୁଳି ହେବ। ସେହିପରି ଉଷ୍ମ ଆଦ୍ର ସ୍ଥିତି ଲାଗିରହିବ ସହ ଉଷ୍ମ ରାତ୍ରିର ଅନୁଭୂତି ରହିବ। ଅନ୍ୟପଟେ ୩୧ତାରିଖରୁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ଜୁନ୧ ଓ ୨ ତାରିଖରେ ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ୪୦ ରୁ ୫୦ କିମି ପବନ ବହିବ ।ବିଶେଷକରି ଉତ୍ତର ଓ ଅଭ୍ୟନ୍ତରୀଣ ଉପକୂଳ ସହ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି ।ସେପଟେ ଗତକାଲି ୪୬ ଡିଗ୍ରୀ ଉପରେ ରହିଥିଲା ୪ସହର ।ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ୪୬ ଦଶମିକ ୩ ଡିଗ୍ରୀ ରେକର୍ଡ କରାଯାଇଥିଲା ।
ଅନ୍ୟପଟେ ଆଜି କେରଳ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ।ନିର୍ଦ୍ଧାରିତ ସମୟର ୨ ଦିନ ପୂର୍ବରୁ କେରଳ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁଛି କେରଳ।୨୦୨୩ରେ ଗୋଟିଏ ସପ୍ତାହ ବିଳମ୍ବରେ ପହଞ୍ଚିଥିଲା ମୌସୁମୀ ।କିନ୍ତୁ ଚଳିତବର୍ଷ ନିର୍ଦ୍ଧାରିତ ସମୟରେ ଓଡ଼ିଶା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁବା ନେଇ ଆକଳନ କରାଯାଇଛି ।ଏଥିସହ ଭଲ ବର୍ଷା ହେବାର ଆକଳନ କରିଛି ଭରତୀୟ ପାଣିପାଗ ବିଭାଗ।