thelifelinemedia
Latest Odisha News, Breaking News Today

ପାଣ୍ଡିଆନ ମୋ ଉତ୍ତରଧିକାରୀ ନୁହନ୍ତି, ଓଡିଶାବାସୀ ବାଛିବେ ମୋ ଉତ୍ତରାଧିକାରୀ: ନବୀନ ପଟ୍ଟନାୟକ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଉତ୍ତରଧିକାରୀ ପ୍ରସଙ୍ଗଙ୍କୁ ନେଇ ଚାଲିଥିବା ଚର୍ଚ୍ଚାରେ ନିଜେ ପୂର୍ଣ୍ଣଛେଦ ଟାଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କହିଛନ୍ତି ପାଣ୍ଡିଆନ ମୋ ଉତ୍ତରଧିକାରୀ ନୁହନ୍ତି। ଏ କଥାକୁ ବଢ଼େଇ ଚଢେଇ ଅତି ରଂଜିତ କରାଯାଉଛି ବୋଲି ନବୀନ କହିଛନ୍ତି। ଓଡିଶା ବାସୀ ମୋ ଉତ୍ତରଧିକାରୀ ବାଛିବେ, ସେମାନେ ସ୍ଥିର କରି ସାରିଛନ୍ତି ମୋ ଉତ୍ତରଧିକାରୀ କିଏ ହେବେ। ଓଡିଶା ବାସୀ ସଠିକ ସମୟରେ ସଠିକ ନିଷ୍ପତ୍ତି ନେବେ ବୋଲି ଏଏନଆଇକୁ ସାକ୍ଷାତକାର ଦେଇ କହିଛନ୍ତି ନବୀନ ପଟ୍ଟନାୟକ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ ହେବେ ଏ ନେଇ ଏକ କାର୍ଯ୍ୟକ୍ରମରେ ପାଣ୍ଡିଆନକୁ ପ୍ରଶ୍ନ କରାଯାଇଥିଲା । ଭିକେ ପାଣ୍ଡିଆନଙ୍କୁ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଉତ୍ତରାଧିକାରୀ ବୋଲି ଯେଉଁ ଚର୍ଚ୍ଚା ହୁଏ, ତା ଉପରେ କଣ ପ୍ରତିକ୍ରିୟା ରଖିବେ ବୋଲି ପ୍ରଶ୍ନ କରାଯାଇଥିଲା ।ଏହାର ଉତ୍ତରରେ ପାଣ୍ଡିଆନ କହିଥିଲେ ଯେ ନବୀନଙ୍କ କର୍ତ୍ତବ୍ୟନିଷ୍ଠା, ପ୍ରତିବଦ୍ଧତା ଓ ରାଜନୀତିରୁ ଊର୍ଦ୍ଧ୍ବରେ ରହି ଲୋକଙ୍କ ସେବା କରିବା ନୀତି ତାଙ୍କୁ ବେଶ୍ ପ୍ରଭାବିତ କରିଛି । ତେଣୁ ସେ ତାଙ୍କ ଆଦର୍ଶର ଉତ୍ତରାଧିକାରୀ, ତାଙ୍କ କଠିନ ପରିଶ୍ରମର ଉତ୍ତରାଧିକାରୀ । ଏସବୁ ପରେ ରାଜନୀତି କଥା ଆସିବ । ଆଉ ଉତ୍ତରାଧିକାରୀ ପ୍ରସଙ୍ଗରେ ସେ ନୁହେଁ, ବରଂ ଓଡ଼ିଶାବାସୀଙ୍କ ନିଷ୍ପତ୍ତି ଓ ବିଚାର ଗୁରୁତ୍ବ ରଖେ ବୋଲି ପାଣ୍ଡିଆନ କହିଛନ୍ତି । ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ବଡ ବୟାନ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ନବୀନ କହିଛନ୍ତି, ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହନ୍ତି ବରଂ ଉତ୍ତରାଧିକାରୀ କିଏ ହେବ ତାହା ରାଜ୍ୟବାସୀ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ନବୀନ ।

Leave A Reply

Your email address will not be published.