thelifelinemedia
Latest Odisha News, Breaking News Today

ଶେଷ ପର୍ଯ୍ୟାୟରେ ହେବ ସମ୍ମାନର ଲଢେଇ, ୬ଟି ଲୋକସଭା ସହିତ ୪୨ ବିଧାନସଭାରେ ପଡିବ ଭୋଟ

ଭୁବନେଶ୍ୱର:ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ମଇଦାନ ସରଗରମ।ସାମ୍ମନର ଲଢେଇ ହେବାକୁ ଯାଉଛି ଜୁନ ୧ରେ ହେବାକୁ ଥିବା ଭୋଟିଙ୍ଗ।ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ୬ଟି ସଂସଦୀୟ କ୍ଷେତ୍ର ସହ ୪୨ଟି ବିଧାନସଭାରେ ନିର୍ବାଚନ ହେବ।ଚତୁର୍ଥ ପର୍ଯ୍ୟାୟରେ ସବୁଠାରୁ ଅଧିକ ଭୋଟର ରହିଛନ୍ତି। ୯୯.୬୧ଲକ୍ଷ ଭୋଟର ମତଦାନ କରିବେ। ପୁରୁଷ ଭୋଟର ୫୦.୮୮ଲକ୍ଷ ଥିବାବେଳେ ମହିଳା ଭୋଟର ସଂଖ୍ୟା ୪୮.୭୨ଲକ୍ଷ ଏବଂ ତୃତୀୟ ଲିଙ୍ଗ ଭୋଟର ୬୦୮୭ଜଣ ରହିଛନ୍ତି। ୧୦ହଜାର ୮୮୨ଟି ପୋଲିଂ ବୁଥରେ ମତଦାନ କରିବେ ଭୋଟର। ୧୪ସହ ବୁଥ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ।୨୦% ଆଦର୍ଶ ବୁଥ ରହିଛି।୭୦ ହଜାରରୁ ଅଧିକ ପୋଲିଂ କର୍ମଚାରୀ ନିୟୋଜିତ ହେବେ। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ୪୬୦ଜଣ ପ୍ରାର୍ଥୀ ଅଛନ୍ତି।୩୯୪ବିଧାନସଭା ପ୍ରାର୍ଥୀ ଏବଂ ୬୬ଲୋକସଭା ପ୍ରାର୍ଥୀ ଶେଷ ପର୍ଯ୍ୟାୟରେ ନିଜ ଭାଗ୍ୟ ପରୀକ୍ଷା କରିବେ।

ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ CAPF ୧୨୫କମ୍ପାନୀ ମୁତୟନ ହେବେ। ପୋଲିଂ ବୁଥକୁ ମୋବାଇଲ ମନା କରାଯାଇଛି ।୨୦୧୯ରେ ଏହି 6 ଟି ସଂସଦୀୟ କ୍ଷେତ୍ରରେ ପ୍ରାୟ ୭୪% ମତଦାନ ହାର ରହିଥିଲା।ଏଥର ତା ଠାରୁ ଭଲ ପ୍ରତିଶତ ଭୋଟ ନେଇ ଆଶା ରଖା ଯାଇଚ୍ଛି। ଦେଶରେ ୭ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ରାଜ୍ୟରେ ୪ଟି ପର୍ଯ୍ୟାୟରେ ଭୋଟିଙ୍ଗ ହେଉଛି। ଜୁନ୧ରେ ଶେଷ ପର୍ଯ୍ୟାୟରେ ଭୋଟ ପଡ଼ିବାକୁ ଯାଉଛି। ଫଳାଫଳ ଜୁନ ୪ତାରିଖରେ ପ୍ରକାଶ ପାଇବ।

Leave A Reply

Your email address will not be published.