ଆଗୁଆ ଆସିଲା ମୌସୁମୀ: କେରଳ ଛୁଇଁଲା ମୌସୁମୀ ବାୟୁ, ଭାରତ ଭୂଖଣ୍ଡକୁ ପ୍ରବେଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର: କେରଳ ଛୁଇଁଲା ମୌସୁମୀ ବାୟୁ। ଜୁନ୧ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଭାରତ ଭୂଖଣ୍ଡରେ ପ୍ରବେଶ କରିଛି। ସାରା ଦେଶକୁ ଆଶ୍ୱସ୍ତି ମିଳିଛି। କେରଳ ଛୁଇଁସାରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏହା ଉତ୍ତର-ପୂର୍ବ ଅଞ୍ଚଳ ଆଡକୁ ମୁହାଁଇବ। ଏନେଇ ଏକ୍ସ ଜରିଆରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଗୁରୁବାର ସୂଚନା ମିଳିଛି। ଉତ୍ତର ପୂର୍ବ ଭାରତର ଅଧିକାଂଶ ସ୍ଥାନକୁ ମୌସୁମୀ ଅଗ୍ରସର ହେଉଛି। ସ୍ୱାଭାବିକ ସମୟର ୨ ଦିନ ପୂର୍ବରୁ ମୌସୁମୀ ବାୟୁ କେରଳ ଛୁଇଁଛି।ଆଇଏମଡି ଡିଜି ପ୍ରତିକ୍ରିୟା ରଖି କହିଛନ୍ତି, ଆଗୁଆ ଆସିଲା ମୌସୁମୀ । ଦୁଇ ଦିନ ପୂର୍ବରୁ କେରଳ ଛୁଇଁଲା ମୌସୁମୀ ।
ଓଡିଶାକୁ ଜୁନ ୧୨ ପରେ ମୌସୁମୀ ଆସିବାର ସମ୍ଭାବନା ରହିଛି । ଅର୍ଥାତ ରଜ ପରେ ଓଡିଶାକୁ ମୌସୁମୀ ଆସିପାରେ।ମୌସୁମୀ କେରଳ ଛୁଇଁବା ପରେ ଓଡିଶାକୁ ଦୁଇ ସପ୍ତାହ ପରେ ମୌସୁମୀ ଆସିଥାଏ।ଦେଶରେ ଏଥର ଭଲ ବର୍ଷା ହେବ ।ଏଥର ସାରା ଦେଶରେ ମୌସୁମୀ ଜନିତ ବର୍ଷା ଭଲ ରହିବ। କିନ୍ତୁ ଓଡିଶାରେ ସେତେ ବର୍ଷା ନାହିଁ। ସାଧାରଣତଃ ୧ଜୁନରୁ ୩୧ ସେପଟେମ୍ବର ଯାଏଁ ମୌସୁମୀ ପାଇଁ ୮୭ ସେଣ୍ଟିମିଟର ବର୍ଷା ହେଇଥାଏ ଏଥର କିନ୍ତୁ ୧୦୬ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି ।ଏଲ ନିନୋ ପ୍ରଭାବ ଧୀରେ ଧୀରେ ହ୍ରାସ ପାଇବା ସହିତ ମୌସୁମୀ ଭଲ ବର୍ଷା ଆଣିବ ବୋଲି ପୂର୍ବରୁଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଥିଲା।