thelifelinemedia
Latest Odisha News, Breaking News Today

ଭଉଁରୀ ଯାତ୍ରାରେ ବାଣ ବିସ୍ଫୋରଣରେ ୩ମୃତ୍ୟୁ: ୫୦ରୁ ଅଧିକ ଆହତ, ୨୦ସଙ୍କଟାପର୍ଣ୍ଣ.. ଆହୁରି ବଢ଼ିପାରେ ମୃତ୍ୟୁ ସଂଖ୍ୟା

ପୁରୀ:ଚନ୍ଦନ ପୁଷ୍କରିଣୀରେ ଚାପ ଖେଳ ବେଳେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି।୫୦ରୁ ଅଧିକ ଆହତ ଥିବା ବେଳେ ୨୦ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି।କଟକ ଏସସିବି ମେଡିକାଲରେ ଜଣେ ଏବଂ ଭୁବନେଶ୍ବରର ଦୁଇ ଘରୋଇ ମେଡିକାଲରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ମିଳିଛି।

କାନ୍ଦ ବୋବାଳିରେ ପରିଣତ ହୋଇଛି ଭଉଁରୀ ଯାତ୍ରାର ଆନନ୍ଦ ଉଲ୍ଲାସ।ସମୟ ଥିଲା ପ୍ରାୟ ରାତି ସାଢେ ଦଶଟା l ୨୧ ଦିନ ଧରି ଚାଲିଥିବା ଚନ୍ଦନ ଯାତ୍ରାର ଶେଷଦିନ,ଭଉଁରୀ ଉତ୍ସବ ଯୋଗୁ ମହାପ୍ରଭୁ ଚାପ ଖେଳୁଥିଲେ l ଭଉଁରୀ ଯୋଗୁ ରାତି ଚାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ୨୧ ଘେରା ଚାପ ଖେଳୁଥିବା ବେଳେ ଘଟିଥିଲା ଏହି ଦାରୁଣ ଦୁର୍ଘଟଣା l ପ୍ରତିବର୍ଷ ପରି ପରମ୍ପରା ଅନୁଯାୟୀ ଆତସାବାଜୀ ପ୍ରଦର୍ଶନ କରାଯାଉଥିଲା l ନରେନ୍ଦ୍ର ପୁଷ୍କରିଣୀର ଅପର ପାର୍ଶ୍ୱରେ ଥିବା ଦେବୀଘାଟ ନିକଟରେ ବାଣ ଏକ ବସ୍ତାରେ ରଖାଯାଇ ବାଣ ମରାଯାଉଥିଲା l ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ଅସାବଧାନତା ଯୋଗୁ ଗୋଟିଏ ବାଣ ଫୁଟି ବାଣ ବସ୍ତା ଉପରେ ପଡ଼ିବାରୁ ସବୁ ଗଛିତ ବାଣ ଫୁଟିବା ଆରମ୍ଭ କରିଥିଲା l କିଛି ମୁହୂର୍ତ୍ତରେ ସମସ୍ତ ବାଣ ଏକାଠି ବିସ୍ପୋରଣ କରିଥିଲା l ଭଉଁରୀ ଯୋଗୁ ଚାପ ଦେଖିବାପାଇଁ ବହୁତ ଭକ୍ତ ଓ ଦେଖଣାହାରୀ ପାଖରେ ଥିବାରୁ ବାଣ ସେମାନଙ୍କ ଉପରେ ପଡିଥିଲା l ସେ ସମୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହେବା ସହ ଅନେକ ଜୀବନ ବଞ୍ଚାଇବାକୁ ନରେନ୍ଦ୍ର ପୁଷ୍କରିଣୀକୁ ଡେଇଁ ପଡିଥିଲେ l ଆହତଙ୍କ ସଂଖ୍ୟା ୫୦ରୁ ଉର୍ଦ୍ଧ ଥିବାରୁ ବିଭିନ୍ନ ଉପାୟରେ ଓ ସ୍ଥାନୀୟ ବାସୀଙ୍କ ଦ୍ୱାରା ଆହତଙ୍କୁ ପୁରୀ ବଡ ଡାକ୍ତରଖାନାକୁ ନିଆ ଯାଇଥିଲା l ତେବେ ଏହି ବାଣ ପ୍ରଦର୍ଶନୀ ପାଇଁ କୌଣସି ଅନୁମତି ପ୍ରଶାସନଠାରୁ ଅଣାଯାଇନଥିବା ଜିଲ୍ଲାପାଳ କହିଛନ୍ତି।

ବିସ୍ଫୋରଣରେ ୨୫ରୁ ଅଧିକ ଆହତ ହୋଇଛନ୍ତି. କଟକ ଏସସିବିରେ ୬ ଜଣ ଚିକିତ୍ସାଧିନ ଅଛନ୍ତି। ସେହିପରି ଭୁବନେଶ୍ବରରେ ଘରୋଇ ହସ୍ପିଟାଲରେ ଚାଲିଛି ଅନେକ ଆହତଙ୍କ ଚିକିତ୍ସା। ଗତକାଲି ଭଉଁରୀ ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ବାଣ ଫୁଟା ଯାଉଥିଲା। ଏହି ସମୟରେ ବାଣ ଫୁଟି ଅଘଟଣ ଘଟିଥିବା କୁହାଯାଉଛି।ଆହତଙ୍କୁ ପ୍ରଥମେ ପୁରୀ ମେଡିକାଲ ନିଆଯାଇଥିଲା। ମାତ୍ର ସେଠାରେ ବର୍ଣ୍ଣ ୟୁନିଟ୍ ନଥିବାରୁ ଆହତଙ୍କୁ କଟକ ଏବଂ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା। ଗତକାଲି ରାତିରେ ମହାପ୍ରଭୁଙ୍କର ଚାପ ଖେଳ ଚାଲିଥିଲା। ହଠାତ୍ ନରେନ୍ଦ୍ର ପୁଷ୍କରିଣୀର ଦେବୀଘାଟ ପଟେ ବାଣ ବିସ୍ଫୋରଣ ହୋଇଥିଲା। ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆହତଙ୍କ ସର୍ମ୍ପକୀୟଙ୍କ କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ମେଡିକାଲ ପରିସର ।

Leave A Reply

Your email address will not be published.