thelifelinemedia
Latest Odisha News, Breaking News Today

ମୋଦିଙ୍କୁ ନବୀନଙ୍କ ଟାର୍ଗେଟ: ସୁସ୍ଥ ଅଛି.. ଖରାରେ ମାସେ ହେଲା ପ୍ରଚାର କରୁଛି, ମୋ ସ୍ୱାସ୍ଥ୍ୟକୁ ନେଇ ଗୁଜବ ପ୍ରଚାର କରୁଛନ୍ତି ବିଜେପି ନେତା

ଭୁବନେଶ୍ୱର:ମୋଦି ନବୀନଙ୍କ ଉପରେ ଜୋରଦାର ଟାର୍ଗେଟ କରିଛନ୍ତି ମଲ୍ଲିକାର୍ଜୁନ ଖଡ଼ଗେ। ଓଡିଶାରେ ନିର୍ବାଚନୀ ସଭାରେ ଯୋଗ ଦେଇ ବିଜେଡି ଓ ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ। କହିଛନ୍ତି ଆଜିର ନିର୍ବାଚନ ଦେଶ ପାଇଁ ଏକ ବଡ଼ ନିର୍ବାଚନଲୋକ ଓ ଶିଶୁଙ୍କ ଭବିଷ୍ୟ ବନେଇବା ପାଇଁ ଆମେ ଲଢ଼ିବୁ। ଏହି ନିର୍ବାଚନ ନ ଲଢ଼ିଲେ ଦଳିତଙ୍କ ଆଦିବାସୀଙ୍କ ସହ ସଂରକ୍ଷଣ ନଷ୍ଟ ହୋଇଯିବ। କେନ୍ଦ୍ରରେ ୩୦ ଲକ୍ଷ୍ୟ ପଦବୀ ଖାଲି ।ଓଡ଼ିଶାରେ ମଧ୍ୟ ପଦବୀ ଖାଲି ଅଛି ।ଏହାର ଜବାବ ଦେବାକୁ ହେବ ।ତେଣୁ ବାଲେଶ୍ଵର ଲୋକସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କୁ ଚୟନ କରନ୍ତୁ ।ଏହା ଦେଶ ପାଇଁ ହିତହେବ। ଦେଶ ପାଇଁ ହିତ ହେଲେ ଆପଣଙ୍କ ପାଇଁ ହିତ ହେବ ବୋଲି କହିଛନ୍ତି ଖଡ଼ଗେ।

ଆଗାମୀ ପିଢ଼ି ଆପଣଙ୍କୁ ଅଭିଶାପ ଦେବ । କହିବେ ଆମ ପୂର୍ବ ପିଢ଼ି ଆମ ପାଇଁ ଖରାପ କରିଛନ୍ତି ।ବାଲେଶ୍ଵର ବାରିପଦା ରେ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି ।୨୫ବର୍ଷ ବିଜେଡି ଓ ୧୦ ବର୍ଷ ମୋଦୀ ଶାସନରେ ଓଡ଼ିଶା ବରବବାଦ ହୋଇ ଯାଇଛି । ଓଡ଼ିଶାରେ ସମସ୍ତ ବୃହତ ଶିଳ୍ପ କଂଗ୍ରେସ କରିଛି। ମୋଦୀ ନବୀନ ପଟ୍ଟନାୟକ କୌଣସି ଶିଳ୍ପ କିମ୍ବା ଜଳସେଚନ କରି ନାହାନ୍ତି ।ଓଡ଼ିଶାର ସମ୍ପତ୍ତି ବଡ଼ ଲୋକଙ୍କ ପାଖକୁ ଯାଉଛି ଏଠି ଗରିବ ଭିକ ରେ ମରୁଛନ୍ତି । ପ୍ରତିଦିନ ଦାଦନ ଓଡ଼ିଶାରୁ ବାହାର ରାଜ୍ୟକୁ ଯାଉଛନ୍ତିଗରିବ ଙ୍କୁ ଆହୁରି ଗରିବ ବନାଇଛି ମୋଦୀ ଓ ପଟ୍ଟନାୟକ ସରକାର ।

ସମ୍ବିଧାନ ଓ ଲୋକତନ୍ତ୍ର ବିପଦ ହେଲେ ଲୋକଙ୍କ ଭବିଷ୍ୟତ ବିପଦ ହେବ । ତେଣୁ ଆପଣଙ୍କୁ ସମ୍ବିଧାନ ବଞ୍ଚାଇବାକୁ ପଡିବ ।କେବେ ଜୟ ଜଗନ୍ନାଥ ଓ କେବେ ଜୟ ଶ୍ରୀରାମ କହୁଛନ୍ତି । ବିଜେପିର ନେତା କହୁଛନ୍ତି ମୋଦୀଙ୍କ ଶିଷ୍ୟ ଜଗନ୍ନାଥ।ଦଶାବତାର ଅଛି କିନ୍ତୁ ମୋଦୀକୁ ଏଗାର ଅବତାର କରିବା ପାଇଁ ଏମାନେ ପ୍ରସ୍ତୁତ ।କଂଗ୍ରେସର ଇସ୍ତାହାର ରେ ସମସ୍ତ ବର୍ଗ କୁ ସ୍ଥାନ ଦିଆଯାଇଛି ।ତେଣୁ ଏଥର ରାଜ୍ୟ ଓ କେନ୍ଦ୍ରରେ କଂଗ୍ରେସ ସରକାର ଆଣିବାକୁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେ।ଦେଶରେ ଓ ରାଜ୍ୟରେ ଜୁନ ୧ରେ ହେବ ଶେଷ ପର୍ଯ୍ୟାୟ ନିର୍ବାଚନ। ଶେଷ ଲଢେଇରେ ପ୍ରଚାରକୁ ଜୋରଦାର କରୁଛି କଂଗ୍ରେସ।

Leave A Reply

Your email address will not be published.