ତିନି ମାସରେ ଦୁଇ ଗଣା ଟଙ୍କା ଦେବାକୁ କହି ଠକୁଥିଲା ଠକ, ଗିରଫ କଲା କ୍ରାଇମବ୍ରାଞ୍ଚର ଇଓଡବ୍ଲୁ

ଭୁବନେଶ୍ୱର: ଲୋକଙ୍କୁ ଚୁନା ମାରୁଥିଲା ଠକ। ଟଙ୍କା ତିନିଗୁଣା କରିଦେବ କହି ଲୋକଙ୍କୁ ଭୁଆଁ ବନାଉଥିଲା। ତିନି ମାସ ମଧ୍ୟରେ ଟଙ୍କା ଦୁଇ ଗୁଣ ହେବ ବୋଲି ଲୋକଙ୍କ ଠାରୁ ୫୦ କୋଟି ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ଏବେ ଫସିଛି ଆଇନ ଜାଲରେ। ଗିରଫ ହୋଇଛି ଠକ ଅଭିଯୁକ୍ତ ହେଲେ ମୋହନ ପରିଡ଼ା।
ମୋହନ ପରିଡ଼ା ହେଉଛନ୍ତି ତଥା କଥିତ ୱେ ଟୁ ଆଡ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ମାଲିକ ।ତିନି ମାସରେ ଦୁଇଗୁଣା ଟଙ୍କା ଦେବାକୁ କହି ଠକେଇ କରିଛନ୍ତି।ନିରୀହ ଲୋକଙ୍କୁ ଲୋଭ ଦେଖାଇ ସେମାଙ୍କୁ ଚୁନା ଲଗାଇଛନ୍ତି। ଲୋକେ ସରଳ ବିଶ୍ୱାସରେ ଆସି ଟଙ୍କା ଦେଲେ କିନ୍ତୁ ପରେ ଜାଣିବାକୁ ପାଇଲେ ସେମାନେ ଠକେଇର ଶିକାର ହୋଇଛନ୍ତି। ମାମଲା ପହଁଚିଲା କ୍ରାଇମବ୍ରାଞ୍ଚର ଇଓଡବ୍ଲୁ ପାଖରେ। ତୁରନ୍ତ ଘଟଣାକୁ ଗୁରୁତର ସହିତ ନେଇ ଛାନଭିନ ଆରମ୍ଭ କଲା କ୍ରାଇମବ୍ରାଞ୍ଚର ଇଓଡବ୍ଲୁ।
ସୂଚନା ଅନୁସାରେ କମ୍ପାନି ୨୦୨୦ରୁ ୨୦୨୩ମଧ୍ୟରେ ୨ଟି ସ୍କିମ ମାଧ୍ୟମରେ ମାସକୁ ୨୬ ପ୍ରତିଶତ ଟଙ୍କା ଦେବାକୁ କହି ଲୋକଙ୍କ ଠାରୁ ଟଙ୍କା ନେଇଥିଲା, ଯାହାକି ଜମାକାରୀ ୩ମାସରେ ଜମା ଟଙ୍କାର ଦୁଇଗୁଣା ଟଙ୍କା ପାଇବା ନେଇ ପ୍ରତିଶ୍ରୁତି ପାଇଥିଲେ। ହେଲେ ମିଳିଥିବା ପ୍ରତିଶ୍ରୁତି ଫସର ଫାଟିଲା।
ପ୍ରଥମେ କିଛି ଜମାକାରୀ ଟଙ୍କା ଫେରସ୍ତ ପାଇବା ପରେ ଏଥିରେ ଅଧିକରୁ ଅଧିକ ଟଙ୍କା ଜମା କରିଥିଲେ।ଟଙ୍କା ପାଇବା ପରେ ଲୋକଙ୍କ ଲୋଭ ହେଲା। ଅଧିକରୁ ଅଧିକ ଟଙ୍କା ଲଗାଇଥିଲେ ଲୋକେ। ଏମିତି ଲୋକଙ୍କୁ ଚୁନା ଲଗେଇ ଓଡ଼ିଶାରୁ ପାଖାପାଖି ୫୦କୋଟି ଟଙ୍କା ଠକି ଫେରାର ହୋଇଯାଇଥିଲା। ପରେ କ୍ରାଇମବ୍ରାଞ୍ଚର ଇଓଡବ୍ଲୁରେ ମାମଲା ରୁଜୁ ହେବା ପରେ ଏନେଇ ତଦନ୍ତ କରିବା ପରେ ସମସ୍ତ ପ୍ରମାଣ ଆଧାରରେ ମୋହନକୁ ଗିରଫ କରାଯାଇଛି। ପାଖାପାଖି ୨ହଜାର ଲୋକଙ୍କ ଠାରୁ ଏହି ଠକେଇ ହୋଇଛି। ଏହି ଘଟଣାରେ କାହାର ସମ୍ପୃକ୍ତି ରହିଛି କି ନାହିଁ ସେ ବାବଦରେ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚର ଇଓଡବ୍ଲୁ।