thelifelinemedia
Latest Odisha News, Breaking News Today

ଓଡିଶାର ମୁଖ୍ୟମନ୍ତ୍ରୀ ଓଡ଼ିଆ ହେବେ: ମୋଦି ଗ୍ୟାରେଣ୍ଟି ଚାହାନ୍ତି ଓଡିଶା ବାସୀ, ବାରିପଦାରେ ଦମ୍ଭୋକ୍ତି ଦେଖାଇଲେ ମୋଦି

ବାରିପଦା: ଓଡିଶାର ମୁଖ୍ୟମନ୍ତ୍ରୀ ଓଡ଼ିଆ ହେବେ। ଓଡିଶାବାସୀ ଚାହାନ୍ତି ମୋଦି ଗ୍ୟାରେଣ୍ଟି।ଆପଣଙ୍କୁ ଜୁନ ୧୦ରେ ବିଜେପି ସରକାର ଶପଥ ଗ୍ରହଣ ସମାରୋହରେ ନିମନ୍ତ୍ରଣ କରିବାକୁ ଆସିଚ୍ଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।ବାରିପଦା ସଭାରେ ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଅବସରରେ ମୋଦି ବିଜେଡି ଉପରେ ଖୁବ ବର୍ଷିଛନ୍ତି।ଆଦିବାସୀଙ୍କୁ ଉପେକ୍ଷିତ କରିଛି ବିଜେଡି। ବିଜେପି ଆଦିବାସୀଙ୍କ ସହିତ ଅଛି ବୋଲି ମୋଦି କହିଛନ୍ତି। ଏହା ସହିତ ସୁଭଦ୍ରା ଯୋଜନା, ଲକ୍ଷପତି ଦିଦିକୁ ଲୋକେ ପସନ୍ଦ କରିଛନ୍ତି ବୋଲି ମୋଦି କହିଛନ୍ତି। ମୟୁରଭଞ୍ଜ ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଆଜି ଦେଶ ପାଇଁ ଗର୍ବ। ଏ ମାଟି ଉଚିତ ଲୋକ ଅର୍ଥାତ ବିଜେପିକୁ ଭୋଟ ଦେବେ ବୋଲି ଆଶା ରଖିଛନ୍ତି ମୋଦି।

ନବୀନ ବାବୁଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବା କଥା କବିଛନ୍ତି ମୋଦି। ନିଜେ ଏବେ କିଛି କରି ପାରୁନାହାନ୍ତି ନବୀନ।ହଠାତ କେମିତି ନବୀନବାବୁଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଲା ତାର କାରଣ ଖୋଜିବ ବିଜେପି। କିଛି ଲୋକ ପଛରେ ଥାଇ ନବୀନବାବୁଙ୍କ ସାମ୍ରାଜ୍ୟ ହାତେଇବାରେ ଲାଗିଛନ୍ତି ବୋଲି ମୋଦି ସଂଗୀନ ଅଭିଯୋଗ ଆଣିଛନ୍ତି।ମୋଦି କହିଛନ୍ତି ଆସନ୍ତା ୫ବର୍ଷ ଭିତରେ ଭାରତ ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ। ଆତ୍ମନିର୍ଭର ଭାରତ ହେବ ଆଗାମୀ ୫ ବର୍ଷ ଭିତରେ। ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରିଥିଲେ ମୋଦି। ଆରମ୍ଭରୁ ମୋଦି ମୋଦି ନାରାରେ କମ୍ଫିଥିଲା ସମାବେଶ ସ୍ଥଳ।

ଓଡିଶାରେ ଶେଷ ପର୍ଯ୍ୟାୟ ନିର୍ଵାଚନ ପ୍ରଚାର କରିଛନ୍ତି ମୋଦି। କହିଛନ୍ତି ଓଡିଶାରେ ଅଦ୍ଭୁତ ସମର୍ଥନରୁ ବୁଝା ପଡୁଛି ରାଜ୍ୟରେ ବିଜେପି ସରକାର ଆସୁଛି। କେନ୍ଦ୍ରରେ ତୃତୀୟ ଥର ବହୁମତ ପାଇ ବିଜେପି ସରକାର କରିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ମୋଦି।

Leave A Reply

Your email address will not be published.