thelifelinemedia
Latest Odisha News, Breaking News Today

30 ଜିଲ୍ଲାରେ ପରିବର୍ତ୍ତନର ଆଭାସ, ରାଜ୍ୟରେ ବିଜେପି ସରକାର ଚାହୁଁଛନ୍ତି ଲୋକେ :ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର:ରାଜ୍ୟରେ ତିନି ଚରଣ ନିର୍ବାଚନ ଶେଷ ହୋଇଛି। ତିନୋଟି ପର୍ଯ୍ୟାୟରେ ୧୦୫ବିଧାନସଭା ଏବଂ ୧୫ଲୋକସଭାରେ ନିର୍ବାଚନ ଶେଷ ହୋଇଛି | ବର୍ତ୍ତମାନ ୩୦ ଜିଲ୍ଲାରେ ପରିବର୍ତ୍ତନର ଆଭାସ ମିଳୁଛି ବୋଲି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି।ପ୍ରଧାନମନ୍ତ୍ରୀ ଭାବେ ମୋଦୀଙ୍କୁ ଏବଂ ରାଜ୍ୟରେ ବିଜେପି ସରକାର ଚାହୁଁଛନ୍ତି ଲୋକେ ଏହି ଅନୁଭୂତି ଗ୍ରାମଠୁ ସହର ସବୁଠି ଲୋକମାନେ ମତ ରଖୁଛନ୍ତି | ସଂକଳ୍ପ ସେ ସିଦ୍ଧି, ଓଡିଶା ସାଢେ ଚାରି କୋଟି ଲୋକ ଯାତ୍ରା ସଫଳ ହେବାକୁ ଯାଉଛି ବୋଲି ଅପରାଜିତା କହିଛନ୍ତି।

ବିଧାୟକ ପ୍ରଶାନ୍ତ ଜଗଦେଵଙ୍କୁ ଜେଲ ପଠାଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଅପରାଜିତା। ଜଣେ ସିଟିଙ୍ଗ ଏମପିଙ୍କ ଗାଡିକୁ ରଖିକି ପ୍ରଶାନ୍ତ ଜଗଦେଵଙ୍କୁ ପୋଲିସ ନେଇଗଲା।ପ୍ରଶାନ୍ତ ଜଗଦେଵଙ୍କୁ ଡରିଗଲେ କି ? ପ୍ରଶାନ୍ତ ଜଣେ କର୍ମପ୍ରିୟ, କର୍ମଠ ଲୋକ ସେଥିପାଇଁ ଡରି ଗଲେ କି ? ମୋ ପାଖରେ ସିସିଟିଭି ଫୁଟେଜ ଅଛି। ସେଥିରେ ପ୍ରଶାନ୍ତ ଜଗଦେଵ ଭାଙ୍ଗି ନାହାନ୍ତି, ତାହା ଆଉ କିଛି ସମୟରେ ସ୍ପଷ୍ଟ ହୋଇଯିବ।ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କେମିତି ଚାଲିଛିତାହା ଜଳଜଳ ଦିଶୁଛି , ଛେଣ୍ଡିପଦା ବିଧାୟକଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି।ବିଜେଡି ଏଠି ପକ୍ଷପାତିତା କରୁଛି।ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ମୁଖ୍ୟମନ୍ତ୍ରୀ କୋଟେରୀ, ତୃତୀୟ ମହଲା ଏବଂ ତାମିଲ ବାବୁ ଦାୟୀ ବୋଲି କହି ବିଜେଡିକୁ ଟାର୍ଗେଟ କରିଛନ୍ତି ଅପରାଜିତା।

Leave A Reply

Your email address will not be published.