thelifelinemedia
Latest Odisha News, Breaking News Today

ଏଥର କମିବ ସଡ଼କ ଦୁର୍ଘଟଣା

ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ ସଡ଼କ ଦୁର୍ଘଟଣା ସଂଖ୍ୟା ବଢିବାରେ ଲାଗିଛି । ବିଶେଷ କରି Two-Wheeler ବାଇକ୍ ଦୁର୍ଘଟଣା ମାମଲା ଖୁବ ଦେଖାଯାଉଛି । ତେବେ ଏହାକୁ ଦୃଷ୍ଟିରେ ରଖି ସଡ଼କ ଏବଂ ପରିବହନ ମନ୍ତ୍ରାଳୟ(Road Transport Ministry) ଦୁଇଚକିଆ ଯାନ ଏବଂ ଚାଳକଙ୍କ ପାଇଁ ସ୍ୱତନ୍ତ୍ର ଲେନ୍ ପ୍ରସ୍ତୁତ କରିବାକୁ ଯାଉଛି ।
ସହରିଆ ସଡ଼କ ଏବଂ ହାଇୱେରେ ଦୁଇଚକିଆ ଯାନ ଏବଂ ପଦଚଲା ଯାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ରାସ୍ତା, ଅଣ୍ଡରପାସ୍ ଏବଂ ଓଭରବ୍ରିଜ ନିର୍ମାଣ କରିବା ପାଇଁ ଯୋଜନା କରାଯାଉଛି । ଏହାଦ୍ୱାରା ସଡ଼କ ଦୁର୍ଘଟଣା ମାମଲା ଖୁବ ହ୍ରାସ ପାଇବ ବୋଲି ଅ।ଶା କରାଯାଉଛି ।

ସଡ଼କ ଏବଂ ପରିବହନ ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ, ରାସ୍ତାରେ ସମସ୍ତ ପ୍ରକାର ଏକାସାଙ୍ଗରେ ଗଡ଼ିବା ଫଳରେ ଦୁର୍ଘଟଣା ମାମଲା ବୃଦ୍ଧି ପାଉଛି । ତେଣୁ ଗାଡ଼ିର ପ୍ରକାର ଅନୁସାରେ, ସେମାନଙ୍କୁ ଭିନ୍ନ ଭିନ୍ନ ରାସ୍ତାରେ ଯିବାକୁ ସୁଯୋଗ ମିଳିଲେ ଏହି ସମସ୍ୟାର ସମାଧାନ ହୋଇପାରିବ । ରିପୋର୍ଟ ଅନୁସାରେ, ଦୁର୍ଘଟଣାର ୪୪% ମାମଲା ଏବଂ ମୃତ୍ୟୁ ଦୁଇ ଚକିଆ ଯାନ ଯୋଗୁଁ ହେଉଛି ।

Leave A Reply

Your email address will not be published.