thelifelinemedia
Latest Odisha News, Breaking News Today

ଦଳ ବଦଳିଲା ହେଲେ ବଦଳିଲା ନାହିଁ ପ୍ରକୃତି, ପୁଣି ଶୃଙ୍ଖଳା ଭଙ୍ଗ କରି ଜେଲ ଗଲେ ପ୍ରଶାନ୍ତ ଜଗଦେବ

ଖୋର୍ଦ୍ଧା:ପ୍ରଶାନ୍ତ ଜଗଦେବଙ୍କ ନୂଆ ଠିକଣା ଖୋର୍ଦ୍ଧା ଜେଲର ସେଲ ନମ୍ବର ୨। ବାହୁବଳୀ ଚିଲିକା ବିଧାୟକ ପୁଣି ଶୃଙ୍ଖଳା ଭାଙ୍ଗ କରି ଜେଲ ଯାଇଛନ୍ତି।ବିଜେଡିରେ ଥିଲା ବେଳେ ବିଜେପି କର୍ମୀଙ୍କୁ ଗାଡି ଚଢେଇବା ଘଟଣାରେ ଗିରଫ ହେବା ସହିତ ବିଜେଡିରୁ ବହିସ୍କୃତ ହୋଇଥିଲେ। ଏବେ ବିଜେପିରେ ଥାଇ ମଧ୍ୟ ଶୃଙ୍ଖଳା ଭଙ୍ଗ କରିବାକୁ ଭୁଲି ନାହାନ୍ତି ପ୍ରଶାନ୍ତ ଜଗଦେବ।ଇଭିଏମ ଭଙ୍ଗାରୁଜା ମାମଲାରେ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରିଛି ପୁଲିସ ।ଶନିବାର ବିଳମ୍ବିତ ରାତିରେ ବେଗୁନିଆ କାଉଁରୀପାଟଣା ପ୍ରକଳ୍ପ ସ୍କୁଲର ୧୪୪ ନମ୍ବର ବୁଥରେ ଗଣ୍ଡଗୋଳ, ମାରପିଟ ଓ ଇଭିଏମ ଭଙ୍ଗାରୁଜା ଅଭିଯୋଗରେ ପୁଲିସ ପ୍ରଶାନ୍ତ ଜଗଦେବକୁ ଗିରଫ କରିଛି ।ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରାଯାଇଛି।ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଖୋର୍ଦ୍ଧା ଜେଲ ହାଜତକୁ ପଠାଇଦିଆଯାଇଛି ପୋଲିଂ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହ ଲୋକସଭାରେ ଭୋଟ ଦେବାପରେ ବିଧାନସଭା ମେସିନ ଥିବା ଟେବୁଲକୁ ଗୋଇଠା ମାରି ଭାଙ୍ଗିଦେଇଥିଲେ ।ଇଭିଏମ ଓ ଭିଭିପାଟ ମେସିନ ତଳେ ପଡ଼ିଯିବା ପରେ ଅଚଳ ହୋଇପଡିଥିବା ଦର୍ଶାଯାଇଛି ।ଏପରିକି ଇଏଭିଏମ ଭାଙ୍ଗିବା ପରେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଏତଲାକାରୀ ଦର୍ଶାଇଛନ୍ତି ।ଏତଲାକାରୀଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ବିରୋଧରେ ୧୬ଟି ଦଫା ଲାଗିଛି ।

ଅନ୍ୟପଟେ ପ୍ରଶାନ୍ତଙ୍କ ଗିରପଦାରୀକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଶାସକ ଦଳ ଷଡଯନ୍ତ୍ର କରି ତାଙ୍କୁ ଜେଲ ପଠାଇଛି ବୋଲି ବିଜେପି ଅଭିଯୋଗ କରିଛି।

Leave A Reply

Your email address will not be published.