thelifelinemedia
Latest Odisha News, Breaking News Today

ବିଜେଡି କ୍ଲିନ ସୁଇପ କରିବ, ୮୫% ଷ୍ଟ୍ରାଇକ ରେଟରେ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ

ଭୁବନେଶ୍ୱର:ବିଜେଡି ସରକାର ଗଠନ ନେଇ ଦମ୍ଭୋକ୍ତି ଦେଖାଇ ଛନ୍ତି ବିଜେଡିର ବରିଷ୍ଠ ନେତା ତାହା ଦଳର ମୁଖ୍ୟ ନିର୍ବାଚନ ରାଣନୀତିକାର କାର୍ତ୍ତିକ ପାଣ୍ଡିଆନ। ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ଏଭଳି ଦମ୍ଭୋକ୍ତି ଭରା ଧାଡି କହିଛନ୍ତି ପାଣ୍ଡିଆନ। ଚଳିତ ନିର୍ବାଚନରେ ବିଜେଡି ସୁଇପ କରୁଛି। ବିଜେଡି ଉଭୟ ଲୋକସଭା ଓ ବିଧାନସଭାରେ ୮୦ରୁ ୮୫ ପ୍ରତିଶତ ଆସନରେ ବିଜୟ ହାସଲ କରିସାରିଛି ବୋଲି କହିଛନ୍ତି 5T ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍। ସେ କହିଛନ୍ତି- ମହାପ୍ରଭୁ ଜଗନ୍ନାଥ ଓ ଲୋକଙ୍କ ଆଶୀର୍ବାଦରେ ବିଜେଡି ବଡ଼ ବିଜୟ ହାସଲ କରି ସରକାର କରିବ।
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ବିଜେଡି ସରକାର ଗଠନ କରି ସାରିଛି। ଭୁବନେଶ୍ୱରରେ ରେକର୍ଡ ପୋଲିଂ ହୋଇଛି। ମଧ୍ୟବିତ୍ତଙ୍କ ପାଇଁ ଯୋଜନା ଓ ଯୁବ ବଜେଟ ଲୋକଙ୍କ ହୃଦୟକୁ ଛୁଇଁଛି। ସବୁଠି ବିଜେଡି ସପକ୍ଷରେ ଜନମତ ରହିଛି। ମୁଖ୍ୟମନ୍ତ୍ରୀଙ୍କ ମଧ୍ୟବିତ୍ତଙ୍କ ପ୍ଲାନ ଯୋଗୁଁ ଭୋଟ ହାର ବଢ଼ିଛି। ବିଜେପିକୁ ମଧ୍ୟ ଶାଣିତ ଶବ୍ଦ ତୀର ମାରିଛନ୍ତି କାର୍ତ୍ତିକ ପାଣ୍ଡିଆନ। କହିଛନ୍ତି ମିଛ କହିବାର ସୀମା ଥାଏ। ବିଜେପି ସବୁ ସୀମା ଟପିଛି। ଅପପ୍ରଚାର, ମିଛ ଓ କୁମ୍ଭୀର କାନ୍ଦଣା ବିଜେପିର ରାଜନୈତିକ ରଣନୀତି ବୋଲି ପାଣ୍ଡିଆନ କହିଛନ୍ତି।

Leave A Reply

Your email address will not be published.