ପୁଣି ଫେରିବ ଖରା: ବଢିବ ତାତି, ଆସନ୍ତାକାଲି ଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ତାପମାତ୍ରା

ଭୁବନେଶ୍ୱର :ଆଗକୁ ଖରା ବଢିବ।ଦିନ ତାପମାତ୍ରାରେ ବୃଦ୍ଧି ଘଟିବ। ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।କିଛି ଦିନ ହେଲା ରାଜ୍ୟରେ ତାତିର ତାଉ ନଥିଲା।ଖରାରୁ ଲୋକଙ୍କୁ ମୁକ୍ତି ମିଳିଥିଲା।ଏବେ କିନ୍ତୁ ତାତି ଫେରିବା ନେଇ ପୂର୍ଵ ଆକଳନ କରିଛି ପାଣିପାଗ ବିଭାଗ।ଯଦିଓ ପୂର୍ବଭଳି ତାତି ରହିବ ନାହିଁ କିନ୍ତୁ ପୂର୍ଵଭଳି ଠାରୁ ଟିକେ ଗରମ ଅନୁଭୂତ ହେବ।ଖରା ସତ୍ୱେ କିଛି ଜାଗାରେ କଳାବୈଶାଖୀ ମଧ୍ୟ ଜାରି ରହିବ।
ବାତ୍ୟା ରେମାଲର ପ୍ରଭାବ ଓଡିଶା ଉପରେ ନାହିଁ।ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ।ବର୍ଷା ବିଜୁଳି ଘଡଘଡି କିଛି ହେବାର ନାହିଁ। ନୟାଗଡ଼ ରଣପୁରରେ ୯୨.୮ ମିଲି ମିଟର ଅଧିକ ବର୍ଷା ରେକର୍ଡ ହୋଇଛି।୪ ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। କିନ୍ତୁ ୟା ଭିତରେ ଆସନ୍ତା କାଲି ଠାରୁ ବଢ଼ିବ ପାରଦ। ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ୩୧ତାରିଖ ପର୍ଯ୍ୟନ୍ତ ଏମିତି ସ୍ଥିର ରହିବ ତାପମାତ୍ରା।ଆଗାମୀ ୫ଦିନ ହିଟୱେଭ ସ୍ଥିତି ନଥିବା ବେଳେ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବ ନେଇ ସୂଚନା ଦିଆଯାଇଛି।