ବାହାରିଲା ଯୁକ୍ତ ଦୁଇ ପରୀକ୍ଷା ଫଳ: କମାଲ କଲେ ଛାତ୍ରୀ, ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ ହାର ଅଧିକ

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଛି।ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା-୨୦୨୪ ଫଳ ରବିବାର ଅପରାହ୍ଣରେ ପ୍ରକାଶିତ ହୋଇଛି।ଚଳିତ ବର୍ଷ କଳାରେ ପାସ୍ ହାର ୮୦.୯୫ ପ୍ରତିଶତ, ବିଜ୍ଞାନରେ ପାସ୍ ହାର ୮୬.୯୩ ପ୍ରତିଶତ, ବାଣିଜ୍ୟରେ ପାସ୍ ହାର ୮୨.୨୭ ପ୍ରତିଶତ ଓ ଧନ୍ଦାମୂଳକ ଶିକ୍ଷାରେ ୬୮.୦୨ ପ୍ରତିଶତ ପାସହାର ରହିଛି।ଗୋଟିଏ ଦିନରେ ସମସ୍ତ ଷ୍ଟ୍ରିମ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ରେଜଲ୍ଟ ଗୋଟିଏ ଦିନରେ ପ୍ରକାଶ ପାଇଛି।
ଚଳିତବର୍ଷ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ ଯୁକ୍ତ ୨ ପରୀକ୍ଷା ଦେଇଛନ୍ତି। ଏମାନଙ୍କ ମଧ୍ୟରେ ୩ ଲକ୍ଷ ୬୦ ହଜାର ୧୯୮ ଜଣ ରେଗୁଲାର ଏବଂ ୨୬ ହଜାର ୫୨ ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଅଛନ୍ତି। କଳା ବିଭାଗରେ ୨ ଲକ୍ଷ ୩୫ ହଜାର ୨୧୮ଜଣ ପରୀକ୍ଷାର୍ଥୀ ଥିବାବେଳେ ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୬୨୦, ବାଣିଜ୍ୟରେ ୨୬ ହଜାର ୮୯ ଜଣ ଓ ଧନ୍ଦାମୂଳକରେ ୫ହଜାର ୭୯୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ମୋଟ ଛାତ୍ରଙ୍କ ମଧ୍ୟରୁ ୧ ଲକ୍ଷ ୯୯ ହଜାର ୩୬୧ଜଣ ଛାତ୍ରୀ ଥିବାବେଳେ ଛାତ୍ରଙ୍କ ସଂଖ୍ୟା ୧ ଲକ୍ଷ ୮୬ ହଜାର ୮୮୯ ରହିଛି।
ବିଜ୍ଞାନରେ ମୋଟ ୧,୧୫,୮୯୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଯେଉଁଥିରୁ ୧,୦୦,୭୫୭ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେଇଛନ୍ତି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି। ଛାତ୍ରୀଙ୍କ ପାସ ହାର ୮୬.୨୧ ସେହିପରି ଛାତ୍ରଙ୍କ ପାସ ହାର ୮୭.୭୪ ପ୍ରତିଶତ। ବାଣିଜ୍ୟରେ ମୋଟ ୨୫,୮୯୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଯେଉଁଥିରୁ ୨୧,୩୦୮ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେଇଛନ୍ତି।ଛାତ୍ର ୧୩.୨୩୯ ଜଣ ଓ ଛାତ୍ରୀଙ୍କ ସଂଖ୍ୟା ୮,୦୬୯ ଜଣ । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଢେର୍ ଅଧିକ ରହିଛି। ଛାତ୍ରୀଙ୍କ ପାସ ହାର ୮୦.୪୦ ରହିଥିବା ବେଳେ ଛାତ୍ରଙ୍କ ପାସ ହାର ହେଉଛି ୮୫.୫୫ ପ୍ରତିଶତ।