ପାଣ୍ଡ୍ୟା-ନତାଶା ବିଚ୍ଛେଦ ଚର୍ଚ୍ଚା, ଛାଡ଼ପତ୍ର ହେଲେ ୭୦ପ୍ରତିଶତ ସମ୍ପତ୍ତି ନେଇପାରନ୍ତି ନତାଶା

ମୁମ୍ବାଇ: କ୍ରିକେଟର ହାର୍ଦ୍ଧିକ ପାଣ୍ଡ୍ୟାଙ୍କୁ ନେଇ ବଡ ଚର୍ଚ୍ଚା। ଖେଳକୁ ନୁହେଁ ବ୍ୟକ୍ତିଗତ ଜୀବନକୁ ନେଇ ଜୋର ଧରିଛି ଚର୍ଚ୍ଚା। କୁହାଯାଉଛି ପାଣ୍ଡ୍ୟା ଓ ନତାଶା ମଧ୍ୟରେ ଖୁବ ଶୀଘ୍ର ବିବାହ ବିଚ୍ଛେଦ ହୋଇପାରେ। ନତାଶା ଓ ପାଣ୍ଡ୍ୟା ଯୋଡିକୁ ନେଇ ଏମିତି କିଛି ଖବର ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି।ପାଣ୍ଡ୍ୟା ଏବଂ ନତାଶାଙ୍କୁ ଦୀର୍ଘ ସମୟ ଧରି ଏକାଠି ଦେଖାଯାଇନଥିଲା। ଫେବୃଆରୀ ୧୪ ତାରିଖରେ ଦୁହେଁ ଶେଷ ଥର ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଥିଲେ। ଅବଶ୍ୟ, ଏହା ପରେ ଉଭୟ ଏକ ଉତ୍ସବର ଭିଡିଓରେ ଏକାଠି ଦେଖାଦେଇଥିଲେ। କିନ୍ତୁ ଏବେ ସ୍ଥିତି ବଦଳି ଯାଇଛି। ନତାଶା ନିଜ ଇନ୍ଷ୍ଟଗ୍ରାମରେ ପାଣ୍ଡ୍ୟା ଟାଇଟଲ ହଟେଇ ଦେଇଛନ୍ତି। ବାହାଘର ସମୟର ସବୁ ଫୋଟୋ ଏବଂ ଭିଡ଼ିଓ ମଧ୍ୟ ଡିଲିଟ କରିଦେଇଛନ୍ତି। ନିକଟରେ ପୁରଷ ବନ୍ଧୁଙ୍କ ସହିତ ନଜର ଆସିବା ପରେ ବିବାହ ବିଚ୍ଛେଦ ଚର୍ଚ୍ଚା ଆହୁରି ବଢ଼ି ଯାଇଛି। ଯଦି ପାଣ୍ଡ୍ୟା ଓ ନତାଶା ଭିତରେ ଛାଡ଼ପତ୍ର ହୁଏ ତେବେ ପାଣ୍ଡ୍ୟାଙ୍କୁ ତାଙ୍କର ୭୦ ପ୍ରତିଶତ ସମ୍ପତ୍ତି ନତାଶାଙ୍କୁ ଦେବାକୁ ପଡିବ। ଏହି ବିଷୟରେ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ମଧ୍ୟ ସେୟାର କରାଯାଇଛି। ପାଣ୍ଡ୍ୟା କୋଟି କୋଟି ମୂଲ୍ୟର ସମ୍ପତ୍ତିର ମାଲିକ ଅଟନ୍ତି। ଆଇପିଏଲ୍ ପାଇଁ ପ୍ରାପ୍ତ ମ୍ୟାଚ୍ ଫି ସହିତ, ସେ ଅନ୍ୟାନ୍ୟ ଉପାୟରେ ରୋଜଗାର କରନ୍ତି
ପାଣ୍ଡ୍ୟା ଆଇପିଏଲ୍ ଦଳ ମୁମ୍ବାଇ ଇଣ୍ଡିଆନ୍ସର ଏକ ଅଂଶ। ତାଙ୍କୁ ଦଳରୁ ୧୫ କୋଟି ଟଙ୍କା ମିଳିବ। ଏହା ସହିତ ସେ ଭାରତୀୟ କ୍ରିକେଟ୍ ଦଳରୁ ମ୍ୟାଚ୍ ଫି ମଧ୍ୟ ପାଇଛନ୍ତି। ପାଣ୍ଡ୍ୟାଙ୍କ ରୋଜଗାର କୋଟି କୋଟି ଟଙ୍କାରେ ଅଛି। ଏହା ସହିତ, ସେ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ମଧ୍ୟ ରୋଜଗାର କରନ୍ତି ମୁମ୍ବାଇରେ ଏକ ଆପାର୍ଟମେଣ୍ଟ ନେଇଛନ୍ତି। ଯାହାର ଦାମ କୋଟି କୋଟି ଟଙ୍କା। ବଡୋଦରାଠାରେ ଏକ ପେଣ୍ଟହାଉସ୍ ଅଛି। ଏହାର ମୂଲ୍ୟ ମଧ୍ୟ କୋଟି କୋଟି ଟଙ୍କାରେ ରହିଛି। ଛାଡପତ୍ର ହେଲେ ଏହି ସବୁ ସ୍ଥାବର ଆସ୍ଥାବର ସମ୍ପତ୍ତିର ସିଂହଭାଗ ଅଂଶ ନତାଶାଙ୍କ ପାଖକୁ ଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଆଉ ଯଦି ଏମିତି ହୁଏ ତା ହେଲେ ପାଣ୍ଡ୍ୟା ଏକଦମ ଖରାପ ସ୍ଥିତିକୁ ଚାଲି ଆସିବେ। ଚଳିତ ବର୍ଷ ପାଣ୍ଡ୍ୟାଙ୍କ ବେଳା ଭଲ ନାହିଁ ବୋଲି କୁହାଯାଉଛି। ଖେଳକୁ ନେଇ ଖରାପ ଫର୍ମରେ ଥିବା ପାଣ୍ଡ୍ୟା ଏବେ ବ୍ୟକ୍ତିଗତ ଜୀବନରେ ମଧ୍ୟ ଦୋ ଛକିରେ ଅଛନ୍ତି।