thelifelinemedia
Latest Odisha News, Breaking News Today

ବାହାରିଲା ମାଟ୍ରିକ ରେଜଲ୍ଟ : ୯୬.୦୭% ପାସ ହାର, ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ଅଧିକ

କଟକ: ପ୍ରକାଶପାଇଲା ମାଟ୍ରିକ ପରୀକ୍ଷା ଫଳ। ପୁଅଙ୍କ ଅପେକ୍ଷା ଝିଅମାନେ ଏଥର ବାଜି ମାରିଛନ୍ତି। ଝିଅଙ୍କ ପାସ୍ ହାର ୯୬.୭୩ ପ୍ରତିଶତ ଓ ପୁଅଙ୍କ ପାସ୍ ହାର ୯୫.୩୯ ପ୍ରତିଶତ ରହିଛି। ମୋଟ ୫ ଲକ୍ଷ ୪୧ ହଜାର ୬୧ ଜଣ ପରୀକ୍ଷା ଦେଇଥିଲେ, ଏଥି ମଧ୍ୟରୁ ପାସ୍‌ କରିଛନ୍ତି ୫ ଲକ୍ଷ ୩୦ ହଜାର ୧୫୩ ଜଣ ଛାତ୍ରଛାତ୍ରୀ।ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା (ମାଟ୍ରିକ), ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ପ୍ରକାଶ ପ୍ରକାଶ ପାଇଛି। କଟକ ବୋର୍ଡ କାର୍ଯ୍ୟାଳୟ ପରିସରରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଓ ଉପସଭାପତି ନୀହାର ରଞ୍ଜନ ମହାନ୍ତି ପରୀକ୍ଷା ଫଳ ଘୋଷଣା କରିଛନ୍ତି।
ଖୋର୍ଦ୍ଧାରେ ପାସ୍ ହାର ୯୭.୯୮ ପ୍ରତିଶତ, କଟକରେ ୯୭.୫୮ ପ୍ରତିଶତ, ଢେଙ୍କାନାଳରେ ୯୫.୧୨ ପ୍ରତିଶତ, ପୁରୀରେ ୯୬.୭୬ ପ୍ରତିଶତ, ଜଗତସିଂହପୁରରେ ୯୭.୬୦ ପ୍ରତିଶତ ଓ ବାଲେଶ୍ୱରରେ ୯୬.୧୦ ପ୍ରତିଶତ ରହିଛି । ଯେଉଁ ସ୍ଥାନମାନଙ୍କରେ ଇଣ୍ଟରନେଟର ସୁବିଧା ନଥିବା ସେଠାରେ ଛାତ୍ରଛାତ୍ରୀମାନେ ଓଆର ୧୦ ସ୍ପେସ୍ ରୋଲ ନମ୍ବର ଟାଇପ୍ କରି ଉପରେ ଦିଆଯାଇଥିବା ନମ୍ବରକୁ ମେସେଜ୍ କରି ପରୀଫା ଫଳ ଜାଣିପାରିବେ । ଆସନ୍ତା ୨୯ରୁ ଜୁନ୍ ୧୨ ମଧ୍ୟରେ ପ୍ରାର୍ଥୀମାନେ ଖାତା ରିଚେକିଂ ପାଇଁ ଆବେଦନ କରିପାରିବେ ।

ଚଳିତ ବର୍ଷ ବୋର୍ଡ ପକ୍ଷରୁ ପ୍ରଥମ କରି ପ୍ରଚଳିତ ଡିଜିଟାଲ ପ୍ରମାଣପତ୍ରକୁ ପରୀକ୍ଷାର୍ଥୀମାନେ ବୋର୍ଡ ୱେବସାଇଟ୍‌ (bseodisha.in)ରୁ ଅପରାହ୍ଣ ୪ଟା ପରଠାରୁ ଡାଉନଲୋଡ୍‌ କରିପାରିବେ।

Leave A Reply

Your email address will not be published.