thelifelinemedia
Latest Odisha News, Breaking News Today

ଶେଷ ଲଢେଇରେ ଉପକୂଳଗଡ଼, ଅଧିକରୁ ଅଧିକ ଆସନ ହାତେଇବା ପାଇଁ ସବୁ ଦଳର ନଜର

ଭୁବନେଶ୍ୱର:ରାଜ୍ୟରେ ସରିଛି ତିନୋଟି ପର୍ଯ୍ୟାୟ ନିର୍ବାଚନ।୧୫ଟି ଲୋକସଭା ଏବଂ ୧୦୫ବିଧାନସଭା ଆସନରେ ଭୋଟ ପଡିସାରିଛି। ଏବେ ନଜର ଶେଷ ପର୍ଯ୍ୟାୟ ଭୋଟ ଉପରେ। ବାକି ଥିବା ୬ଲୋକସଭା ଏବଂ ୪୨ବିଧାନସଭା ଆସନ ପାଇଁ ଶେଷ ଲଢେଇ ହେବ। ଜୁନ ୧ରେ ହେବାକୁ ଥିବା ଏଇ ଲଢେଇରେ ସବୁ ଦଳ ପ୍ରାଣପ୍ରଣେ ଉଦ୍ୟମ କରୁଛନ୍ତି ଅଧିକରୁ ଅଧିକ ସିଟ ହାତେଇବା ପାଇଁ। କାହିଁକି ନା ସରକାର ଗଠନ ପାଇଁ ଏହି ଶେଷ ପର୍ଯ୍ୟାୟର କିଛିଟା ସିଟ ନିହାତି ଦରକାର।୨୦୧୯ରେ ଏହି ଶେଷ ପର୍ଯ୍ୟାୟରେ ବିଜେଡିକୁ ୪୨ବିଧାନସଭା ଆସନରୁ ୩୩ଟି ସିଟ ମିଳିଥିବା ବେଳେ ବିଜେପି ୯ଟି ସିଟରେ ସୀମିତ ରହିଥିଲା।ସେହିପରି ୬ଲୋକସଭା ଆସନରୁ ବିଜେଡିକୁ ମିଳିଥିଲା ୪ଟି ସିଟ ଏବଂ ବିଜେପି ଖାତାକୁ ଯାଇଥିଲା ୨ଟି ସିଟ। କଂଗ୍ରେସକୁ ଅମାନତ ହରେଇବାକୁ ପଡିଥିଲା। ସବୁ ଦଳ ପୂର୍ବ ଅପେକ୍ଷା ଅଧିକରୁ ଅଧିକ ସିଟ ହାତେଇବା ଲକ୍ଷରେ ବଳ ଲଗାଉଛନ୍ତି।

ଶେଷ ପର୍ଯ୍ୟାୟରେ ପ୍ରଚାର ମଇଦାନ ଆହୁରି ସରଗରମ ହେବ। ସବୁ ଦଳର ଟାଣୁଆ ନେତା ଏବେ ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ୱର ମୁହାଁ ହେଲେଣି। କିଏ ହାତେଇବ ଉପକୂଳ ଗଡ଼ ଏବେ ତାରି ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.