ତୃତୀୟ ପର୍ଯ୍ୟାୟରେ ବିପୁଳ ବିଜୟ, ସରକାର ଗଠନ ପାଇଁ ବିଜେଡିର ବଡ ବିଜୟ ହେବ ତୃତୀୟ ପର୍ଯ୍ୟାୟରେ, ଦୃଢୋକ୍ତି ବାଢିଲେ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର:ଗତକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଛି। ମହାପ୍ରଭୁ ଜଗନ୍ନାଥ ଓ ଲୋକଙ୍କ ଆଶୀର୍ବାଦରେ ବିଜେଡି ବଡ଼ ବିଜୟ ହାସଲ କରି ସରକାର କରିବ। ୮୦% ରୁ ୮୫% ବିଜୟ ଉଭୟ ଲୋକସଭା ଓ ବିଧାନସଭାରେ ଜିତି ସାରିଛୁ ।ଏବେ ତୃତୀୟ ପର୍ଯ୍ୟାୟ ପରେ ସରକାର ଗଠନ କରି ସାରିଛି ବିଜେଡି। ଅର୍ଥାତ ତୃତୀୟ ପର୍ଯ୍ୟାୟରେ ଦଳ ବହୁମତ ପାଇ ସରକାର ଗଠନ କରି ସରିଛି ବୋଲି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି। କହିଛନ୍ତି ପ୍ରଥମ ଦ୍ୱିତୀୟ ପର୍ଯ୍ୟାୟରେ ଦଳ ଭଲ ଆସନ ପଇସାରିଛି ଏବେ ତୃତୀୟ ପର୍ଯ୍ୟାୟରେ ଦଳ ସରକାର ଗଠନ କରିସାରିଛି।
ରାଜଧାନୀ ଭୁବନେଶ୍ୱରରେ ପୋଲି ହାର ବଢିବା ସମ୍ପର୍କରେ ପାଣ୍ଡିଆନ କହିଛନ୍ତି ଯେ ଏଠାରେ ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ମନ ଛୁଇଁଛି। ତେଣୁ ରାଜଧାନୀରେ ଭଲ ଭୋଟ ହେଇଛି। ଭୁବନେଶ୍ୱରରେ ରେକର୍ଡ ପୋଲିଙ୍ଗ ହୋଇଛି। ସରକାର ଯେଉଁ ଯୋଜନା କରିଛନ୍ତି ଲୋକଙ୍କ ହୃଦୟକୁ ଛୁଇଁଛି ମଧ୍ୟବିତ୍ତଙ୍କ ପାଇଁ ଯୋଜନା ଓ ଯୁବ ବଜେଟ ଲୋକଙ୍କ ହୃଦୟକୁ ଛୁଇଁଛି। ସେଥିପାଇଁ ଭୁବନେଶ୍ବରରେ ପୋଲିଙ୍ଗ ହାର ବଢିଛି। ବିଜେଡି ସପକ୍ଷରେ ଯାଇଛି ମୁଖ୍ୟମନ୍ତ୍ରୀଙ୍କ ମଧ୍ୟବିତ୍ତଙ୍କ ପ୍ଲାନ ଯୋଗୁଁ ଏତେ ବଢିଛି ଭୋଟ ବଢିଛି ଭୁବନେଶ୍ୱର। ନ ହେଲେ ୧୧ରୁ 12% ହୁଏ।
ବିଜେପିକୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି INDIA ସହ ମେଣ୍ଟ ଆଲୋଚନା ସମ୍ପୂର୍ଣ୍ଣ ମିଛ। ମୁଖ୍ୟମନ୍ତ୍ରୀ ଯାହା କହୁଛନ୍ତି, ବିଜେପି ମିଛ, ଅପପ୍ରଚାର ଓ କୁମ୍ଭୀର କାନ୍ଦଣା କହେ। ହେଲେ ଲୋକ ଜାଣିଛନ୍ତି ନବୀନ ପଟ୍ଟନାୟକ ସେମାନଙ୍କ ପାଇଁ କଣ ସବୁ କରିଛନ୍ତି। ସ୍ମୃତି ଇରାନୀ କେବଳ ରାଜନୈତିକ କଥା କହୁଛନ୍ତି। ବିଜେପି ଦରଦାମ ଉପରେ କହି ପାରିଥାନ୍ତେ। ରୋଜଗାର ଉପରେ କହିବାରେ ସାହସ ନାହିଁ। LPG, ଡାଲି ରେଟ କଥା କହି ପାରିଲେନି। ଗ୍ୟାରେଣ୍ଟି ଦେବାର ଥିଲା ୧୦ ବର୍ଷ ତଳ ତେଲ ରେଟ କରିବୁ, ଚାଷୀ MSP. ହେଲେ କହିଲେନି। ମିଛ କହିବାର ସୀମା ଅଛି ସେମାନେ ସୀମା ଟପି ସାରିଛନ୍ତି। ବିଜେପିର ଏଭଳି ଅପପ୍ରଚାରର ଫଳ ସେମାନେ ଜୁନ ୪ରେ ପାଇବାକୁ ଯାଉଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି।