ପଶ୍ଚିମରେ ପୂର୍ବ ଝଡ଼, ବବିଙ୍କ ସପକ୍ଷରେ ଆସିପାରେ ସମ୍ବଲପୁର ଜନମତ!

ସମ୍ବଲପୁର: ପଶ୍ଚିମରେ ପୂର୍ବ ଝଡର ଝଲକ। ସବୁଠୁ ହାଇ ପ୍ରୋଫାଇଲ ସଂସଦୀୟ କ୍ଷେତ୍ରରେ ସରିଛି ନିର୍ବାଚନ। ବବି ବନାମ ଧର୍ମେନ୍ଦ୍ର ଲଢ଼ୁଥିବା ନିର୍ବାଚନୀ ମଇଦାନରେ ଭୋଟିଙ୍ଗ ସରିଛି।୬ ସଂସଦୀୟ କ୍ଷେତ୍ରରୁ ସବୁଠୁ ଦ୍ୱିତୀୟ ସର୍ବାଧିକ ମତଦାନ ରହିଛି ସମ୍ବଲପୁରରେ। ୭୭ପ୍ରତିଶତ ମତଦାନ ହୋଇଛି ସମ୍ବଲପୁରରେ। ଆଠମଲ୍ଲିକ, ପାଲଲହଡା, ଏବଂ କୁଚିଣ୍ଡାରେ ସର୍ବଧିକ ରହିଛି ଭୋଟ ହାର। ଅଧିକ ମତଦାନ ମାନେ ଏଠି ପୂର୍ବ ଝଡ଼ ପଶ୍ଚିମରେ ଦେଖିବାକୁ ମିଳିପାରେ ବୋଲି ରାଜନୈତିକ ସମୀକ୍ଷକ କହୁଛନ୍ତି। ଅର୍ଥାତ ବବିଙ୍କ ହାୱା ପଶ୍ଚିମରେ ପ୍ରତିଫଳିତ ହେବାକୁ ଯାଉଛି ବୋଲି ଅଧିକ ମତଦାନ ହାରରୁ ବୁଝା ପଡୁଛି।ବିଜେଡି ଏଥର ପଶ୍ଚିମ ଓଡିଶାରେ ଅର୍ଥାତ ସମ୍ବଲପୁରରେ ଭଲ କରିବ ବୋଲି ଲୋକଙ୍କ ଭୋଟ ଉତ୍ସହ ଦେଖି ଜଣାପଡୁଛି।୨୦୧୯ରେ ମାତ୍ର ୯ ହଜାର ୧୬୨ ଭୋଚରେ ଏମପି ସିଟ୍ ହାରିଥିଲା ବିଜେଡି। ତେବେ ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୭ ବିଧାନସଭା ଆସନରୁ ୪ଟି ବିଜେଡି ଜିତିଥିବା ବେଳେ ୩ ଜିତିଥିଲା ବିଜେପି।
ଚଳିତ ସାଧାରଣ ନିର୍ବାଚନରେ ରାଜ୍ୟର ଚର୍ଚ୍ଚିତ ନିର୍ବାଚନୀ କ୍ଷେତ୍ର ପାଲଟିଛି ସମ୍ବଲପୁର ।ସମସ୍ତଙ୍କ ନଜର ଏବେ ଏହି ଜିଲ୍ଲା ଉପରେ । କାରଣ ମୋଦୀ ଗ୍ୟାରେଣ୍ଟି କଥା କହୁଥିବା ଧର୍ମେନ୍ଦ୍ରଙ୍କୁ ଚେକ୍ ମେଟ୍ କରିବାକୁ ରଣାଙ୍ଗନକୁ ଓହ୍ଲାଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ବିଧାନସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀ ରିପିଟ କରିଥିବା ବେଳେ ବିଜେଡି ଛେଣ୍ଡିପଦା ବ୍ୟତୀତ ସବୁ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି। ଦେବଗଡ଼, ରେଙ୍ଗାଲି ଏବଂ ସମ୍ବଲପୁରରେ ବିଜେପି ବିଧାୟକ ପ୍ରାର୍ଥୀ ଜିତିଥିଲେ। ସମ୍ବଲପୁରରେ ଭୋଟିଙ୍ଗ ପରେ ସେଠାରେ ବବିଙ୍କ ସପକ୍ଷରେ ହାୱା ବହୁଛି ବୋଲି ଲୋକେ କହୁଛନ୍ତି। ଯଦି ବବିଙ୍କ ଜିତାପଟ ହୁଏ ତେବେ ବିଜେଡିର ଦ୍ୱିତୀୟ ପାୱାର ହାଉସ ନେତା ଭାବେ ସେ ଉଭା ହେବେ।