ବିଷ ହୋଇଯାଏ ବଳକା ତେଲ , ସ୍ୱାସ୍ଥ୍ୟ ଉପଯୋଗୀ ନୁହେଁ ବାରମ୍ବାର ଗରମ ହେଉଥିବା ତେଲ

ବ୍ୟୁରୋ:ରୋଷେଇ ପାଇଁ ବ୍ୟବହାର ହେଉଥିବା ତେଲ କେତେଥର ବ୍ୟବହାର ଉପଯୋଗୀ।ତେଲକୁ କେତେ ଥର ଗରମ କରାଯାଇପାରେ।ଘରେ ହେଉ କି ହୋଟେଲ ସବୁଠି ବଳକା ତେଲରେ ଏକାଧିକବାର ରୋଷେଇ ହୁଏ। ତେଣୁ ତେଲକୁ ଥରେ କିମ୍ବା ଦୁଇଥର ଗରମ କରିବା ଠିକ୍, କିନ୍ତୁ ରେଷ୍ଟୁରାଣ୍ଟ ଏବଂ ଢାବାରେ ତେଲ ସେ ପର୍ଯ୍ୟନ୍ତ ବ୍ୟବହାର କରାଯାଏ, ଯେଉଁ ପର୍ଯ୍ୟନ୍ତ ପୁରା ଶେଷ ନହୋଇଛି। ବାରମ୍ବାର ତେଲ ଗରମ୍ କରି ତାକୁ ବ୍ୟବହାର କଲେ ସ୍ବାସ୍ଥ୍ୟ ପାଇଁ ଗମ୍ଭୀର ସମସ୍ୟା ସୃଷ୍ଟି କରିଥାଏ। ଏହି ଖବର ସାମ୍ନାକୁ ଆସିବା ପରେ ଏବେ ପୋଡା ତେଲ ବ୍ୟବହାର କରୁଥିବା ଲୋକଙ୍କ ମନରେ ଛାନିଆ ପଶିଲାଣି। ରିପୋର୍ଟ କହୁଛି ତେଲକୁ ବାରମ୍ବାର ଗରମ କରିବା ଦ୍ବାରା ସେଥିରେ କେତେକ ବିଷାକ୍ତ ଯୌଗିକ ନିର୍ଗତ ହୋଇଥାଏ, ଯାହା ଦ୍ବାରା କର୍କଟ ଓ ହୃଦ୍ରୋଗ ଆଶଙ୍କା ବଢ଼ିଥାଏ ବୋଲି କୁହାଯାଇଛି।ଯଦି କୌଣସି ତେଲ ଅଧିକ ଥର ଗରମ ହୁଏ କିମ୍ବା ତାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଧିକ ଆଞ୍ଚରେ ଗରମ କରାଯାଏ, ତେବେ ସେହି ତେଲ ଆପଣଙ୍କ ଶରୀରରେ ଗୁରୁତର କ୍ଷତି କରିଥାଏ। ଏହି ତେଲ ଏତେ ବିପଜ୍ଜନକ ହୋଇଯାଏ ଯେ ଏହାକୁ ଶୁଘିଂବା ଦ୍ୱାରା ସାଂଘାତିକ ରୋଗ ମଧ୍ୟ ହୋଇପାରେ। କୁକିଂ ଅଏଲର ଧୂଆଁରେ ୨୦୦ରୁ ଅଧିକ ପ୍ରକାରର ଗ୍ୟାସ୍ ଅଛି, ଯାହା ଶରୀରକୁ କ୍ଷତି ପହଞ୍ଚାଏ।
ତେଲକୁ ବାରମ୍ବାର ଗରମ କରିବା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର୍) ପକ୍ଷରୁ ସତର୍କ ସୂଚନା ଆସିବା ପରେ ଲୋକଙ୍କ ଭିତରେ ଏକ ପ୍ରକାର ଛାନିଆ ସୃଷ୍ଟି ହୋଇଛି।ଘରେ ହେଉ ବା ରେସ୍ତୋରାଁରେ, ଛଣାଛଣି ବେଳେ କଡ଼େଇରେ ଥିବା ସବୁତକ ତେଲ କେବେ ସରିନଥାଏ। ତେଣୁ ବଳକା ତେଲକୁ ସ୍ବାଭାବିକ ଭାବେ ପରବର୍ତ୍ତୀ ସମୟରେ ବ୍ୟବହାର ପାଇଁ ସାଇତି ରଖାଯାଇଥାଏ।କିନ୍ତୁ ଆଇସିଏମ୍ଆର୍ ଏଭଳି ସତର୍କ କରାଇବା ପରେ ଏବେ ବଳକା ତେଲ ବ୍ୟବହାର ନ କରିବାକୁ ନେଇ ସାଧାରଣରେ ମତ ପ୍ରକାଶ ପାଇଛି।