ଭୋଟ ଦେଲେ ବି ଟାଉନ ସେଲିବ୍ରିଟି, କାଳି ବୋଳା ଆଙ୍ଗୁଠି ଦେଖାଇ ସେଲିବ୍ରିଟିଙ୍କ ଫୋଟୋ ପୋଜ଼

ମୁମ୍ବାଇ :ଦେଶରେ ଚାଲିଛି ପଞ୍ଚମ ପର୍ଯ୍ୟାୟ ମତଦାନ।ସାଧାରଣ ଜନତାଙ୍କଠାରୁ ନେଇ ବିଭିନ୍ନ ସେଲିବ୍ରିଟି ନିଜର ମତଦାନ କରିବାକୁ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି। ଗଣତନ୍ତ୍ରର ଏ ମହାନ ପର୍ବରେ ସାମିଲ ହୋଇଛନ୍ତି ଅନେକ ନାଁ କରା ଅଭିନେତା ଓ ଅଭନେତ୍ରୀ। ବି-ଟାଉନ ସେଲିବ୍ରିଟିମାନେ ମତଦାନ ବୁଥରେ ପହଞ୍ଚି ଭୋଟିଂ କରିଛନ୍ତି । ଅକ୍ଷୟ କୁମାର, ଫରହାନ ଅଖତର, ରାଜକୁମାର ରାଓ, ଜାହ୍ନବୀ କପୁର, ସାନିଆ ମଲହୋତ୍ରାଙ୍କ ପରି ସେଲିବ୍ରିଟି ମୁମ୍ୱାଇର ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି ।ଯାହାର ଫଟୋ ଏବେ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।୨୦୨୩ ମସିହା ଅଗଷ୍ଟ ମାସରେ ଭାରତୀୟ ନାଗରିକତ୍ୱ ପାଇବା ପରେ ଅକ୍ଷୟ କୁମାର ପ୍ରଥମ ଥର ପାଇଁ ଭୋଟ୍ ଦେଇଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଖିଲାଡି କୁମାର କହିଛନ୍ତି, ”ମୁଁ ଚାହୁଁଛି ମୋର ଭାରତ ବିକାଶ ଏବଂ ଶକ୍ତିଶାଳୀ ହେଉ । ଏହାକୁ ଧ୍ୟାନରେ ରଖି ମୁଁ ଭୋଟ୍ ଦେଲି ବୋଲି ଅକ୍ଷୟ କହିଛନ୍ତି।ସେହିପରି ଜାହ୍ନବୀ କପୁର ଏକ ଗୋଲାପୀ ରଂଗର ସାଲ୍ୱାର୍ ସୁଟ୍ ପିନ୍ଧି ମୁମ୍ବାଇର ଏକ ମତଦାନ ବୁଥରେ ଭୋଟ୍ ଦେବାକୁ ଆସିଥିବା ବେଳର ଫଟୋ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି।ଅଭିନେତା ରାଜକୁମାର ରାଓ ମୁମ୍ବାଇରେ ଭୋଟ୍ ଦେବା ପରେ ତାଙ୍କ କାଳି ଲାଗିଥିବା ତାଙ୍କ ଆଙ୍ଗୁଠିକୁ ଫଟୋଗ୍ରାଫର୍ଙ୍କୁ ଦେଖାଇ ପୋଜ୍ ଦେଇଥିଲେ। ସେହିପରି ମୁମ୍ବାଇରେ ଭୋଟ୍ ଦେବା ପାଇଁ ଆମୀର ଖାନଙ୍କ ଦୁଇ ପିଲା ଜୁନୈଦ ଏବଂ ଇରା ଖାନଙ୍କୁ ଏକାଠି ଦେଖିବାକୁ ମଳିଥିଲା।
ଚଳଚ୍ଚିତ୍ର ନିର୍ମାତା ଏବଂ ଭାଇ-ଭଉଣୀ ଯୋଡି, ଫରହାନ୍ ଅଖତର ଏବଂ ଜୋୟା ଅଖତର ସେମାନଙ୍କ ମା ହନି ଇରାନୀଙ୍କ ସହ ଭୋଟ୍ ଦେଇଛନ୍ତି।
ଆଜି ପଞ୍ଚମ ପର୍ଯ୍ୟାୟରେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ ସମେତ ୬ ଟି ରାଜ୍ୟ ଓ ୨ ଟି କେନ୍ଦ୍ର ଶାସିତ ଅଞ୍ଚଳର ମୋଟ ୪୯ ଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହେଉଛି।