thelifelinemedia
Latest Odisha News, Breaking News Today

ରାଜ୍ୟରେ ସରିଲା ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ଇଭିଏମରେ ସିଲ ହେଲା ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ୱର: ରାଜ୍ୟରେ ସରିଲା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ।ଅପରାହ୍ନ ୫ଟା ସୁଦ୍ଧା ୬୦ପ୍ରତିଶତରୁ ଅଧିକ ମତଦାନ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।ଏଥର ଭଲ ଭୋଟିଙ୍ଗ ହୋଇଛି।ଦିନ ବେଳା ପ୍ରବଳ ଖରା ସହ ଗୁଳୁଗୁଳି ହୋଇଥିଲା ।ତା ସତ୍ତ୍ୱେ ଲୋକଙ୍କ ପ୍ରବଳ ଗହଳି ଲାଗିଥିଲା।ଅଧିକ ସଂଖ୍ୟାରେ ଏଥର ମହିଳା ଭୋଟ ପ୍ରକ୍ରିୟାରେ ସାମିଲ ହୋଇଥିଲେ।ଯୁବ ଭୋଟର ମଧ୍ୟ ଯେଉଁମାନେ ପ୍ରଥମ ଥର ଭୋଟ ଦେଇଥିଲେ ସେମାନେ ଉତ୍କଣ୍ଠାର ସହିତ ନିଜ ମତ ଅଧିକାର ସାବ୍ୟସ୍ତ କରିଥିଲେ।କିଛି ସ୍ଥାନରେ ଅପ୍ରତୀକର ପରିସ୍ଥିତି ସୃଷ୍ଟି ହୋଇଥିଲେ ବି ମୋଟାମୋଟି ସୁରୁଖୁରୁରେ ଭୋଟିଙ୍ଗ ସରିଛି ବୋଲି ସିଇଓ କହିଛନ୍ତି।

ସେହିପରି ଅପରାହ୍ନରେ କାଳବୈଶାଖୀ ଜନିତ ବର୍ଷାରେ ଭଞ୍ଜନଗର ଉପଖଣ୍ଡ ଓ ଦାରିଙ୍ଗବାଡିର କିଛି ବୁଥରେ ଭୋଟିଂ ପ୍ରଭାବିତ ହୋଇଥିଲା । ବିଦ୍ୟୁତ ସଂଯୋଗ ପ୍ରଭାବିତ ହୋଇଥିଲା ।ସ୍ୱାଭାବିକ ହେବା ପରେ ମତଦାନ ହୋଇଥିଲା ।ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଲୋକଙ୍କ ମଧ୍ୟରେ ଭୋଟିଂ ପାଇଁ ଉତ୍କଣ୍ଠା ଦେଖିବାକୁ ମିଳିଛି ।ସବୁ ବର୍ଗର ଲୋକ ଭୋଟ ଦେବାକୁ ଆସିଥିଲେ ।କିଛି ସ୍ଥାନରେ ପୋଲିଂ ଅଧିକାରୀଙ୍କୁ ବଦଳ କରାଯାଇଛି ।କେତେକ ସ୍ଥାନରେ ଭୋଟିଂ ଶେଷ ହୋଇଛି ।ପୋଲିଂ ଅଧିକାରୀଙ୍କ ବାହୁଡା ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

Leave A Reply

Your email address will not be published.