thelifelinemedia
Latest Odisha News, Breaking News Today

କନ୍ଧମାଳରେ ବହୁଛି ଅଚ୍ୟୁତ ହାୱା , ରିପିଟ ହୋଇପାରେ ୧୯ର ଫଳାଫଳ, ଦ୍ୱିତୀୟ ଇନିଂଶ ଲକ୍ଷ୍ୟରେ ଅଚ୍ୟୁତ ସାମନ୍ତ

କନ୍ଧମାଳ: କନ୍ଧମାଳ ପଲଟିକାଲ ହାୱା ଏବେ ବିଜେଡି ଲୋକସଭା ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ସପକ୍ଷରେ। ରାଜନୀତି ପାଣିପାଗ କହୁଛି ଏଥର ଲକ୍ଷାଧିକ ଭୋଟରେ ଜିତିପାରନ୍ତି ସାମନ୍ତ ବାବୁ।କନ୍ଧମାଳ ସଂସଦୀୟ କ୍ଷେତ୍ରରେ ତାଙ୍କର ଗ୍ରହନୀୟତାଏଥର ଭୋଟରେ ରୂପାନ୍ତରିତ ହେବ ବୋଲି ଆକଳନ କରିଛନ୍ତି ରାଜନୈତିକ ସମୀକ୍ଷକ।୨୦୧୯ ନିର୍ବାଚନରେ ବିପୁଳ ଭୋଟରେ ବିଜୟ ହୋଇଥିଲେ ଅଚ୍ୟୁତ ସାମନ୍ତ। ୪ ଲକ୍ଷ ୬୦ହଜାରରୁ ଅଧିକ ଭୋଟ ଯାଇଥିଲା ଅଚ୍ୟୁତ ସାମନ୍ତଙ୍କ ପାଖକୁ। ପ୍ରାୟ ଲକ୍ଷେରୁ ଅଧିକ ଭୋଟରେ ବାଜିମାତ କରିଥିଲେ।ତାଙ୍କ ବିପକ୍ଷରେ ବିଜେପିରୁ ଖାରବେଳ ସ୍ବାଇଁ ଏବଂ କଂଗ୍ରେସ ମନୋଜ କୁମାର ଆଚାର୍ଯ୍ୟ ପ୍ରାର୍ଥୀ ହୋଇଥିଲେ । ଗତ ନିର୍ବାଚନରେ ସିପିଆଇଏମ ଏବଂ ବିଏସପି ପକ୍ଷରୁ ମଧ୍ୟ ଏଠାରେ ଦୁଇ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ । ଟୁନା ମଲ୍ଲିକ ସିପିଆଇଏମ ପକ୍ଷରୁ ପ୍ରାର୍ଥୀ ହୋଇଥିବାବେଳେ ଅମିର ନାୟକ ବିଏସପି ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ।ତେବେ ଅଚ୍ୟୁତ ସାମନ୍ତ ଏବଂ ଖାରବେଳ ସ୍ବାଇଁଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିଥିଲା ।ଯେଉଁଥିରେ ବାଜି ମାରିଥିଲେ ଅଚ୍ୟୁତ ସାମନ୍ତ। ଲକ୍ଷେରୁ ଅଧିକ ଭୋଟରେ ଜିତିଥିଲେ। ଏଥର ୨୪ ନିର୍ବାଚନରେ ମଧ୍ୟ ଲକ୍ଷେରୁ ଅଧିକ ଭୋଟରେ ଜିତିବା ନେଇ ଲକ୍ଷ୍ୟ ରଖିଛନ୍ତି ଅଚ୍ୟୁତ ସାମନ୍ତ।

କନ୍ଧମାଳରେ ଲଢେଇ ବିଜେଡି ଓ ବିଜେପି ଭିତରେ ହୁଏ।୨୦୦୯ ମସିହାରୁ ମେଣ୍ଟ ସରକାର ପରେ ଏଠି ବିଜେଡି ହିଁ ଲୋକସଭା ଆସନ ଦଖଲ କରି ଆସୁଛି। ଏଥର ବିଜେଡିରୁ ଅଚ୍ୟୁତ ସାମନ୍ତ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ସୁକାନ୍ତ କୁମାର ପାଣିଗ୍ରାହୀ।କନ୍ଧମାଳରେ ହାୱା ବିଜେଡି ସପକ୍ଷରେ ଅଛି କେବଳ ଭୋଟରେ ରୂପାନ୍ତରିତ ହେବାକୁ ବାକି ଅଛି।ଏଠି ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥାତ ଆସନ୍ତା ୨୦ ତାରିଖରେ ଭୋଟ ପଡିବ।

Leave A Reply

Your email address will not be published.