thelifelinemedia
Latest Odisha News, Breaking News Today

ବବିଙ୍କ ସପକ୍ଷରେ ସମ୍ବଲପୁର ହାୱା! ଭୋଟ ରାଜନୀତିରେ ବବିଙ୍କ ପଲ୍ଲା ଭାରି

ଭୁବନେଶ୍ୱର : ବବି ବନାମ ଧର୍ମେନ୍ଦ୍ର।ଡବଲ ଇଂଜିନ ବନାମ ନବୀନ ଇଂଜିନ। ଓଡିଶା ରାଜନୀତି ଇତିହାସରେ ସବୁଠୁ ବଡ ଲଢେଇ ଦେଖିବ ସମ୍ବଲପୁର। ଯାହା କେବେ ହୋଇନଥିଲା ଏବେ ତାହା ହେବାକୁ ଯାଉଛି। ରୋଚକ ହେବ ସମ୍ବଲପୁର ଲୋକସଭା ଲଢେଇ। ଜଣେ ରାଜ୍ୟ ବିଜେପିର ବଡ଼ ଚେହେରା ଆଉ ଜଣେ ବିଜେଡିର ଦ୍ୱିତୀୟ ପାୱାରଫୁଲ ନେତା। ଉଭୟଙ୍କ ମଧ୍ୟରେ ହେବ ଜବରଦସ୍ତ ଲଢେଇ। ସମ୍ମାନର ପ୍ରସଙ୍ଗ ହେବ ସମ୍ବଲପୁର ଆସନ।
ନିର୍ବାଚନୀ ହାୱା କହୁଛି ଏଥର ସମ୍ବଲପୁର ଆସନ ହାତେଇପାରେ ବିଜେଡି। ୨୦୧୯ ଭୁଲକୁ ସୁଧାରି ନେଇଛି ଦଳ।ଗତ ଥରର ଭୁଲକୁ ସମୀକ୍ଷା କରି ଦଳ ମୈଦାନକୁ ଓଲ୍ହାଇଛି। ଦଳର ସଂଗଠନ ସମ୍ପାଦକ ନିଜେ ଲଢୁଛନ୍ତି । ପ୍ରତିପକ୍ଷ ବିଜେପିର ହେଭିୱେଟ ନେତାଙ୍କ ବିରୁଦ୍ଧରେ ଲଡେଇ ହେବ । ଯଦିଓ କେନ୍ଦ୍ରମନ୍ତ୍ରୀ ହିସାବରେ ଧର୍ମେନ୍ଦ୍ରଙ୍କ ଖ୍ୟାତି ବଢିଛି କିନ୍ତୁ ବହୁ ବର୍ଷ ପରେ ସିଧା ସଳଖ ନିର୍ବାଚନ ମଇଦାନକୁ ଓଲ୍ଲାଇଛନ୍ତି। ୧୫ବର୍ଷ ପରେ ଭୋଟ ରାଜନୀତିରେ ସାମିଲ ହେଉଛନ୍ତି। ଶେଷ ଥର ସେ ୨୦୦୯ ବିଧାନସଭା ଲଢ଼ି ହାରିଥିଲେ। ପରେ ବିହାର ଓ ମଧ୍ୟ ପ୍ରଦେଶରୁ ରାଜ୍ୟ ସଭା ଯାଇଛନ୍ତି ଧର୍ମେନ୍ଦ୍ର। ତେଣୁ ଏତେ ଵର୍ଷ ବ୍ୟବଧାନ ପରେ ସିଧା ସଳଖ ରାଜନୀତିକୁ ଆସିଥିବାରୁ ହୁଏତ ତାଙ୍କର ଗ୍ରହଣୀୟତା ମିଳି ନପାରେ। ରାଜନୀତି ପଣ୍ଡିତ କହୁଛନ୍ତି ବବି- ଧର୍ମେନ୍ଦ୍ର ରେସରେ ଆଗରେ ଅଛନ୍ତି ବବି। ନବୀନ ପଟ୍ଟନାୟକଙ୍କ ପରେ ବିଜେଡିର ଦ୍ୱିତୀୟ ବଡ ନେତା ହେଉଛନ୍ତି ପ୍ରଣବ ପ୍ରକାଶ ଦାଶ। କେବଳ ଯାଜପୁରରେ ନୁହେଁ ଓଡିଶାରେ ବିଭିନ୍ନ ଅଂଚଳରେ ତାଙ୍କର ନିଜସ୍ୱ ଭୋଟ ରହିଛି। ସମ୍ବଲପୁରରେ ଧର୍ମେନ୍ଦ୍ରଙ୍କ ଅପେକ୍ଷା ବବିଙ୍କ ଲୋକପ୍ରିୟତା ଓ ଗ୍ରହଣୀୟତା ଅଧିକ ରହିଛି। ଗତ ନିର୍ବାଚନରେ ଏଇ ଆସନରୁ ବିଜେପି ପ୍ରାର୍ଥୀ ନୀତେଶ ଗଙ୍ଗଦେବ ବିଜୟ ଲାଭ କରିଥିଲେ। ବିଜେଡି ପ୍ରାର୍ଥୀ ନଳିନୀ ପ୍ରଧାନଙ୍କୁ ମାତ୍ର ୯ହଜାର ଭୋଟ ବ୍ୟବଧାନରେ ହରାଇ ଥିଲେ। ଯଦିଓ ଏଠାରେ ବିଜୟ ବ୍ୟାବଧାନ କମ ରହୁଛି ତେଣୁ ବବିଙ୍କ ପାଇଁ ବିଜୟ ରାସ୍ତା ସହଜ ହେବ ବୋଲି କୁହାଯାଉଛି। ଗତ ତିନୋଟି ନିର୍ବାଚନରେ ସମ୍ବଲପୁର ବାସୀ ଗୋଟିଏ ନିର୍ଦ୍ଧିଷ୍ଟ ଦଳ ଉପରେ ଭରସା କରି ନାହାନ୍ତି। ଥରେ କଂଗ୍ରେସ, ଥରେ ବିଜେଡି ଏବଂ ଥରେ ବିଜେପିକୁ ଭରସା କରିଛନ୍ତି ସମ୍ବଲପୁର ବାସୀ। ତେଣୁ ଯଦି ଏଇ ଧାରା ଜାରି ରୁହେ ତା ହେଲେ ଏଥର ବିଜେଡି ସମ୍ବଲପୁର ଆସନ ହାତେଇବା ଥୟ।
ତୃତୀୟ ପର୍ଯ୍ୟାୟରେ ସମ୍ବଲପୁରରେ ଭୋଟ ପଡିବ। ବବି ଓ ଧର୍ମେନ୍ଦ୍ର ଉଭୟ ପ୍ରଚାର ମଇଦାନକୁ ସରଗରମ କରି ସାରିଲେଣି। ଓଡିଶା ଅସ୍ମିତାକୁ ନେଇ ଡବଲ ଇଂଜିନର କଥା କହୁଛନ୍ତି ଧର୍ମେନ୍ଦ୍ର ଅନ୍ୟପଟେ ନବୀନ ଇଂଜିନ ଓ ନବୀନ ଗ୍ୟାରେଣ୍ଟିର ଟ୍ୟାଗକୁ ନେଇ ଲୋକଙ୍କ ପାଖରେ ପହଁହୁଛନ୍ତି ପ୍ରଣବ ପ୍ରକାଶ ଦାଶ।

Leave A Reply

Your email address will not be published.