thelifelinemedia
Latest Odisha News, Breaking News Today

ବିଜେପି ଆସିଲେ ସମ୍ବିଧାନ ବଦଳାଇଦେବ, ହାତରେ ସମ୍ବିଧାନ ପୁସ୍ତିକା ଧରି ବିଜେପି ଉପରେ ବର୍ଷିଲେ ରାହୁଲ ଗାନ୍ଧୀ

ବଲାଙ୍ଗିର: ବିଜେପି ସରକାରକୁ ଆସିଲେ ସମ୍ବିଧାନ ବଦଳାଇ ଦେବ। ଦେଶର ସମ୍ବିଧାନକୁ ପରିବର୍ତ୍ତନ କରିଦେବେ। ତେଣୁ ବିଜେପିକୁ ବାଏ ବାଏ କରିବା ସହିତ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ରାହୁଲ ଗାନ୍ଧୀ। ବଲାଙ୍ଗିର ସଭାରୁ କେନ୍ଦ୍ର ସରକାରଙ୍କ ଉପରେ ବାର୍ଷିଛନ୍ତି ରାହୁଲ। ଦିନିକିଆ ଓଡିଶା ଗସ୍ତରେ ଆସି ବଲାଙ୍ଗିର ନିର୍ବାଚନୀସଭାରେ ରାଣାହୁଙ୍କାର ଦେଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। କହିଛନ୍ତି, ନିର୍ବାଚନ ଜିତିଲେ ଦେଶର ସମ୍ବିଧାନକୁ ପରିବର୍ତ୍ତନ କରିଦେବେ । ଏହି ସମ୍ବିଧାନ ଦେଶର ସବୁ ବର୍ଗଙ୍କୁ ଅଧିକାର ଦେଇଛି । ବିଜେପିର ବଡ ବଡ ନେତା କହୁଛନ୍ତି, ନିର୍ବାଚନ ଜିତିଲେ ସମ୍ବିଧାନ ଚିରିକି ଫୋପାଡିଦେବେ ।ହାତରେ ସମ୍ବିଧାନ ପୁସ୍ତିକା ଧରି ରାହୁଲ ଏଭଳି କଟାକ୍ଷ କରିଛନ୍ତି କେନ୍ଦ୍ର ସରକାରକୁ। ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। କଂଗ୍ରେସ ସରକାରକୁ ଆସିଲେ ଚାଷୀଙ୍କ ଋଣ ଛାଡ଼ କରାଯିବ, ଗ୍ୟାରେଣ୍ଟି ଏମଏସପି ଲାଗୁ ହେବ, ଜାତି ଜନଗଣନା କରିବୁ ବୋଲି ରାହୁଲ କହିଛନ୍ତି। ପ୍ରତି ପରିବାରର ଜଣେ ମହିଳାଙ୍କୁ ଲକ୍ଷପତି କରାଯିବ । ପ୍ରଥମ କିସ୍ତି ଭାବେ ମହିଳାଙ୍କ ଖାତାକୁ ୮୫୦୦ ଟଙ୍କା ଯିବ ।କୋଟିଏ ମହିଳାଙ୍କୁ ବର୍ଷକ ମଧ୍ୟରେ ଲକ୍ଷପତି କରିଦିଆଯିବ ।ସେହିପରି ବେରୋଜଗାର ଯୁବକଙ୍କୁ ଗୋଟିଏ ବର୍ଷ ପର୍ଯ୍ୟନ୍ତ ମାସିକ ୮୫୦୦ ଟଙ୍କା ମିଳିବ ।ସାରା ଦେଶରେ ବନ୍ଦ ପଡ଼ିଥିବା କାରଖାନା ପୁଣି ଥରେ ଚାଲୁ କରାଯିବ ।ଦେଶ ଋଣରେ ବୁଡିଛି।ଉଦ୍ୟୋଗପତିଙ୍କର ୧୬ ଲକ୍ଷ କୋଟି ଋଣ ଛାଡ କରିଛନ୍ତି କେନ୍ଦ୍ର ସରକାର।ସେହି ଋଣବୋଝ ଦେଶ ବାସୀଙ୍କ ଉପରେ ଲଦି ଦିଆ ଯାଇଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

ତେବେ ରାହୁଲ ବଲାଙ୍ଗିର ସଭାକୁ ନେଇ ନିରାଶ ହେଇଛନ୍ତି ଦଳୀୟ କର୍ମୀ। ବଲାଙ୍ଗିର ସଭାରୁ ପଦୁଟିଏ ନବୀନଙ୍କ ବିରୁଦ୍ଧରେରେ କହିଲେନି ରାହୁଲ। ପୂର୍ବରୁ ସାଲେପୁର ସଭାରେ ଓଡ଼ିଶାର ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ବାର୍ଷିଥିଲେ।ହେଲେ ବଲାଙ୍ଗୀରରେ ଗୋଟିଏ ବି ଶବ୍ଦ କହିନାହାନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲଙ୍କର ଏଭଳି ଆଭିମୁଖ୍ୟ କେବଳ ଦଳୀୟ ନେତାଙ୍କୁ ନିରାଶ କରିଛି, ତା ନୁହେଁ ବରଂ ଏହା ଦଳର ପ୍ରାର୍ଥୀମାନଙ୍କୁ ନିର୍ବାଚନ ଜିତିବାରେ କଣ୍ଟା ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.