ଶୀଘ୍ର ବାହା ହେବେ ରାହୁଲ, କେବେ ବାହା ହେବେ ପ୍ରଶ୍ନର ଏମିତି ଉତ୍ତର ରଖିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ:ରାଏବରାଲି ମଞ୍ଚରେ ନିର୍ବାଚନୀ ପ୍ରଚାର କରୁଥିଲେ ରାହୁଲ। ସାଥିରେ ଥିଲେ ଭଉଣୀ ପ୍ରିୟଙ୍କା ଗାନ୍ଧୀ।ହଠାତ ଜନ ସଭା ଭିତରୁ ଜଣେ ଝିଅ ପଚାରିଲେ ରାହୁଲ ଜୀ ଆପଣ କେବେ ବିବାହ କରିବେ। ଝିଅଙ୍କ ଏଭଳି ପ୍ରଶ୍ନକୁ ଏଡାଇ ଦେଇଥିଲେ ରାହୁଲ ଗାନ୍ଧୀ।କିନ୍ତୁ ପ୍ରିୟଙ୍କା ରାହୁଲଙ୍କ ହାତ ଧରି କହିଥିଲେ ପ୍ରଥମେ ଏହାର ଉତ୍ତର ଦିଅ।ପରେ ରାହୁଲ ମାଇକ ଧରି ଆଉଥରେ ପ୍ରଶ୍ନ ପଚାରିବାକୁ କହିଥିଲେ. ଝିଅ ଜଣକ ପୁଣି ଥରେ ସେହି ପ୍ରଶ୍ନ ଦୋହରାଇଥିଲେ।ରାହୁଲ ଉତ୍ତର ରଖିଥିଲେ ଏବେ ଶୀଘ୍ର ବିବାହ କରିଦେବି।ଯଦିଓ କିଛିଟା ମଜାଳିଆ ଅନ୍ଦାଜରେ ରାହୁଲ ଏକଥା କହିଥିଲେ କିନ୍ତୁ ରାହୁଲଙ୍କ ଏଇ କଥା କୁ ନେଇ ଏବେ ସବୁଠି ଚର୍ଚ୍ଚା।
ରାଏବରାଲିରେ ନିର୍ବାଚନ ପ୍ରଚାର ସମୟରେ ଏଭଳି କିଛି ମଜାଳିଆ ଦୃଶ୍ୟ ଦେଖିବାକୁ ମିଳିଥିଲା।ଆରୋପ ପ୍ରତ୍ୟାରୋପ ପର୍ବ ଭିତରେ ରାହୁଲଙ୍କ ଏହି ଫନି ଅନ୍ଦାଜ ଉପସ୍ଥିତ ଲୋକଙ୍କ ମନ ଜିଣିଥିଲା।ଏଥର ରାହୁଲ କେରଳ ୱାଇନାଡ଼ ଆସନରୁ ଲଢ଼ିବା ସହିତ ରାଏବରାଲି ଆସନରୁ ମଧ୍ୟ ପ୍ରତିଦ୍ବନ୍ଦିତା କରୁଛନ୍ତି।