thelifelinemedia
Latest Odisha News, Breaking News Today

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେଡିର ହେବ କ୍ଲିନ ସୁଇପ, ୨୮ ଆସନରୁ ୨୪ଟିରେ ଜିତିବା ନେଇ ପାଣ୍ଡିଆନଙ୍କ ଦେଢୋକ୍ତି

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେଡି କ୍ଲିନ ସୁଇପ କରିବ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ସେ କହିଛନ୍ତି ୨୮ଟି ବିଧାନସଭା ଆସନରୁ ଦଳ ୨୪ଟିରେ ଜିତିବ।ବିଜେଡି ପ୍ରଥମ ପର୍ଯ୍ୟାୟରେ ୯୦ ପ୍ରତିଶତ ଆସନରେ ଜିତିବ ବୋଲି ଦୃଢୋକ୍ତି ବାଢିଛନ୍ତି ପାଣ୍ଡିଆନ।ଲୋକ ସଭାରେ ମଧ୍ୟ୍ୟ ଦଳ ଭଲ କରିବ। ୨୦୧୯ ଅପେକ୍ଷା ଦଳ ଲୋକସଭାରେ ଭଲ ପ୍ରଦର୍ଶନ କରିବ ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।ବିଜେପିର ୫ ବଡ ନେତାଙ୍କ ପ୍ରେସମିଟକୁ ନେଇ ମଧ୍ୟ ପାଣ୍ଡିଆନ ବାର୍ଷିଛନ୍ତି।କେନ୍ଦ୍ରାପଡାର ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ପ୍ରଶ୍ନ କରିଛନ୍ତି। ସେ ୨୦୧୪ମସିହାରୁ ଏଭଳି ପ୍ରଶ୍ନ କରି ଆସୁଛନ୍ତି। ଗତଥର ନିର୍ଵାଚରେ ବିପୁଳ ଭୋଟରେ ସେ ପରାସ୍ତ ହୋଇଥିଲେ।ଏଥର ମଧ୍ୟ ସେ ବିପୁଳ ଭୋଟରେ ପରାସ୍ତ ହେବାକୁ ଯାଉଛନ୍ତି ବୋଲି ବୈଜୟନ୍ତ ପଣ୍ଡାଙ୍କୁ ଖୋଲାଖୋଲି ସେ ଚ୍ୟାଲେଞ୍ଜ ଦେଇଛନ୍ତି।
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଲଢେଇ ଶେଷ ହୋଇଛି। ରାଜ୍ୟରେ ୭୪ ପ୍ରତିଶତ ମତଦାନ ହୋଇଛି। ଲୋକସଭାରେ ନବରଙ୍ଗପୁରରେ ସର୍ବାଧିକ ୮୦.୨୨% ଭୋଟିଙ୍ଗ ହୋଇଥିବା ବେଳେ ବ୍ରହ୍ମପୁରରେ ସର୍ବନିମ୍ନ ୬୩.୩୪% ମତଦାନ ହୋଇଛି।

Leave A Reply

Your email address will not be published.