ନବୀନଙ୍କୁ ବନ୍ଦୀ କରି ରଖା ଯାଇଛି , ସଂକଟରେ ପଡ଼ିଛି ଓଡ଼ିଆ ଅସ୍ମିତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବନ୍ଦୀ କରି କବଜା କରାଯାଇଛି।୨୦୧୮ଆଗରୁ ନବୀନ କେମିତି ଥିଲେ । ଆଉ ଆଜି କେମିତି ଦିଶୁଛନ୍ତି ।ଏହା ଦୁଃଖର କଥା।ମୁଖ୍ୟମନ୍ତ୍ରୀଙ୍କୁ ବନ୍ଦୀ କବଜା କରି ରଖାଯାଇଛି ।ତାଙ୍କୁ କଣ୍ଢେଇ ଭଳି କଣ୍ଟ୍ରୋଲ କରାଯାଉଛି ।ଜଣେ ଲୋକ ତାଙ୍କ ପାଖରେ ରହୁଛି ।କ୍ୟାମେରା ଆଗରେ, ହେଲିକପ୍ଟର, ମଞ୍ଚରେ ସବୁଠି ଜଣେ ଲୋକ ।କାହିଁକି ତାଙ୍କ ଦଳର ଅନ୍ୟ ନେତା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦେଖିବାକୁ ମିଳୁ ନାହାନ୍ତି ।
ସାରା ଓଡ଼ିଶାରେ ଏଇ କଥାକୁ ନେଇ ଚର୍ଚ୍ଚା ହେଉଛି ।ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କିଛି ଏଭଳି ଶାଣିତ ଶବ୍ଦରେ ନବୀନ ଓ ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି। କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଅଧିକାଂଶ ଭିଡ଼ିଓ ଡିପ ଫେକ ।ଏଆଇ ଭିଡ଼ିଓ ଜାରି କରାଯାଉଛି ।
ଡିପ ଫେକ ଜରିଆରେ ନବୀନ ବାବୁ ଯାହା କହୁଛନ୍ତି, ସତରେ ନବୀନ ନିଜେ କହୁଛନ୍ତି ତ ? ନା ଯିଏ ନବୀନଙ୍କୁ ବନ୍ଦି କରି ରଖିଛନ୍ତି ସେ କହିଛନ୍ତି ।ଓଡ଼ିଆ ଅସ୍ମିତା ସଂକଟରେ ପଡ଼ିଛି ।ଏହା ଚିନ୍ତା ଜନକ ଏବଂ ଅଣ ଓଡ଼ିଆ ଚିନ୍ତା ଧାରାର ପ୍ରତିଫଳିତ ଚିତ୍ର।ଓଡ଼ିଆ ଲୋକ ଏହାକୁ ନେଇ ପ୍ରଶ୍ନ ଉଠାଇବା ଦରକାର ।ନବୀନ ବାବୁଙ୍କୁ ବନ୍ଦୀ ଅବସ୍ଥାରୁ ଉଦ୍ଧାର କରିବାର ଆବଶ୍ୟକତା ଅଛି ବୋଲି ବିଜେଡି ଓ ନବୀନଙ୍କୁ କଟାକ୍ଷ କରି ଏଭଳି ଶବ୍ଦ ପ୍ରୟୋଗ କରିଛନ୍ତି ବୈଜୟନ୍ତ।