thelifelinemedia
Latest Odisha News, Breaking News Today

ଜେଲରୁ ବାହାରିଲେ କେଜ୍ରିୱାଲ, ନିର୍ବାଚନକୁ ଦୃଷ୍ଟିରେ ରଖି ଜୁନ ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ୍ ପାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଜେଲରୁ ବାହାରିଲେ କେଜ୍ରିୱାଲ, ନିର୍ବାଚନକୁ ଦୃଷ୍ଟିରେ ରଖି ଜୁନ ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ୍ ପାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଜେଲରୁ ବାହାରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ।ଅନ୍ତରୀଣ ଜାମିନ ମିଳିବା ପରେ ଜେଲରୁ ବାହାରିଛନ୍ତି ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ଲମ୍ବା ସମୟ ପର୍ଯ୍ୟନ୍ତ ଜେଲରେ ରହିବା ପରେ ଶେଷରେ ସେ ବାହାରକୁ ଆସିଛନ୍ତି।ଜୁନ ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ ।ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଜାମିନ ପ୍ରଦାନ କରିଛନ୍ତି କୋର୍ଟ ।୭ତାରିଖରେ ଶୁଣାଣି କରି କୋର୍ଟ ଫଇସଲା ସୁରକ୍ଷିତ ରଖିଥିଲେ । କେଜ୍ରିୱାଲଙ୍କ ଓକିଲ ୪ ତାରିଖ ପର୍ଯ୍ୟନ୍ତ ଜାମିନ ପାଇଁ ଆବେଦନ କରିଥିଲେ କିନ୍ତୁ କୋର୍ଟ ସର୍ତ୍ତ ସହ ୧ ତାରିଖ ଯାଏଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।ବାହାରିବା ପରେ ଆପର ଶତାଧିକ କର୍ମୀ ଓ ନେତା କେଜ୍ରିୱାଲଙ୍କୁ ସ୍ବାଗତ କରିଥିଲେ।

ତିହାର ଜେଲରୁ ବାହାରିବା ପରେ କେଜ୍ରିୱାଲ କହିଛନ୍ତି, “ମୁଁ କହିଥିଲି ମୁଁ ଶୀଘ୍ର ଆସିବି, ଆସିଗଲି। ସର୍ବପ୍ରଥମେ ମୁଁ ହନୁମାନଙ୍କ ଚରଣରେ ନତମସ୍ତକ ହେବାକୁ ଚାହୁଁଛି, ହନୁମାନଙ୍କ ଆଶୀର୍ବାଦରୁ ମୁଁ ଆଜି ଆପଣଙ୍କ ଗହଣରେ ଅଛି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତିହାର ଜେଲରେ ଥିଲେ। ଲମ୍ବା ସମୟ ଧରି ଜେଲ ଚାରିକାନ୍ଥ ଭିତରେ ଥାଇ ଜାମିନ ଆବେଦନ କରି ଆସୁଥିଲେ। ବାରବାର ଜାମିନ ଖାରଜ ହେଉଥିଲା କିନ୍ତୁ ଏଥର ତାଙ୍କୁ ଅନ୍ତରୀଣ ଜାମିନ ମିଳିଛି। ନିର୍ବାଚନକୁ ଦୃଷ୍ଟିରେ ରଖି ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ଜାମିନ ଦେଇଛନ୍ତି। ସର୍ତ୍ତ ଅନୁସାରେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଭାବେ କାମ କରିପାରିବେନି କି ସଚ୍ଚିବାଳୟ ମଧ୍ୟ ଯାଇ ପାରିବେନି।କେବଳ ପାର୍ଟି ପାଇଁ ପ୍ରଚାର କରିପାରିବେ ବୋଲି ଅଦାଲତ କହିଛନ୍ତି।

Leave A Reply

Your email address will not be published.