thelifelinemedia
Latest Odisha News, Breaking News Today

ମୋଦିଙ୍କ ବିଶାଳ ରୋଡ ଶୋ: ସମ୍ବଲପୁରୀ ଶାଢ଼ି ପିନ୍ଧି ଚାଲିଲେ 200ରୁ ଊର୍ଦ୍ଧ୍ୱ ମହିଳା, ବିଜେପି ପାର୍ଟି ଅଫିସରୁ ବାଣିବିହାର ଲୋକାରଣ୍ଯ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି କାର୍ଯ୍ଯାଳୟରୁ ବାଣୀବିହାର ଲୋକାରଣ୍ଯ ଜନପଥ ଲାଗୁଥିଲା ଗେରୁଆ ଗେରୁଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ବାଗତ କରିଥିଲେ ଲକ୍ଷାଧିକ ପ୍ରଶଂସକ ଯୁବ ପିଢ଼ିଙ୍କଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ବ୍ଯକ୍ତି ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ‘ମୋଦି… ମୋଦି…’ ନାରାରେ କମ୍ପାଇଥିଲେ ରାଜଧାନୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚତ୍ଛନ୍ତି ବିଜେପି ରାଜ୍ଯ କାର୍ଯ୍ଯାଳୟ ଚଳଚଞ୍ଚଳ ହେବା ସହ ନେତା ଓ କର୍ମୀଙ୍କ ମନରେ ଉତ୍ସାହ ଭରିଛି ଆସନ୍ତାକାଲି (ଶନିବାର) ନିର୍ବାଚନ ପ୍ରଚାର ଲାଗି କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ ଜନସଭାରେ ଯୋଗଦେବେ ଶ୍ରୀ ମୋଦି
ରାତି 8ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବତନ୍ତ୍ର ବାୟୁସେନା ବିମାନରେ ଆସି ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚତ୍ ଥିଲେ ବିମାନବନ୍ଦରରୁ କାର୍କେଡ ବାହାରି ବିଜେପି ମୁଖ୍ଯ କାର୍ଯ୍ଯାଳୟରେ ପହଞ୍ଚତ୍ଥିଲେ ପ୍ରଧାନମନ୍ତ୍ରୀ କାର୍ଯ୍ଯାଳୟ ସମ୍ମୁଖରେ ତାଙ୍କୁ ସ୍ବାଗତ କରିଥିଲେ ରାଜ୍ଯ ବିଜେପି ନେତା ଓ କର୍ମକର୍ତ୍ତା ତାଙ୍କ ରୋଡ ଶୋ’ ପାଇଁ ସ୍ବତନ୍ତ୍ର ଭାବେ ସୁସଜ୍ଜିତ ହୋଇ ରହିଥିଲା ଏକ ଖୋଲା କାର ସେହି କାରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି, ରାଜ୍ଯ ସଭାପତି ମନମୋହନ ସାମଲ ଓ ଭୁବନେଶ୍ୱର ସାଂସଦ ପ୍ରାର୍ଥତ୍ନୀ ଅପରାଜିତା ଷଡ଼ଙ୍ଗୀ ହାତରେ ଏଲଇଡି ଲାଇଟ ପଦ୍ମ ଫୁଲ ଧରି ବିରାଟ ପଟୁଆରରେ ରୋଡ ଶୋ’ରେ ବାହାରିଥିଲେ ମୋଦୀଙ୍କ ରୋଡ ଶୋ’ରେ ପ୍ରମୁଖ ଆର୍କିଷଣ ସାଜିଥିଲେ 200 ମହିଳା ଯେଉଁମାନେ ସମ୍ବଲପୁରୀ ଶାଢୀ ପିନ୍ଧି ଏହି ଶୋଭାଯାତ୍ରାରେ ମୋଦୀଙ୍କ ଆଗେ ଆଗେ ଚାଲିଥିଲେ
ବିଜେପି ରାଜ୍ଯ କାର୍ଯ୍ଯାଳୟର ଦୁଇପାର୍ଶ୍ୱରେ ଲକ୍ଷାଧିକ ଜନତାଙ୍କ ଭିଡ଼ ଦେଖତ୍ବାକ ମିଳିଥିଲା କେବଳ ସେତିକି ନୁହେଁ ରାସ୍ତାର କେତେକ ସ୍ଥାନରେ ବଡ଼ବଡ଼ ଷ୍ଟେଜମାନ ନର୍ମାଣ କରାଯାଇଥିଲା ସେଠାରେ ଓଡିଶାର କଳା ସ୍କଂସ୍କୃତି ସହିତ ଦେଶର ମଧ୍ୟ କେତେକ ପାରମ୍ପରିକ ନୃତ୍ଯ ପ୍ରଦର୍ଶିତ ହୋଇଥିଲା ଓଡ଼ିଶୀ ନୃତ୍ଯରୁ ଆରମ୍ଭ କରି ଜାମ୍ମୁ-କାଶ୍ମୀରର ପାରମ୍ପରିକ ନୃତ୍ଯ ପ୍ରଦର୍ଶିତ ହୋଇଥିଲା
ଭୁବନେଶ୍ୱରରେ ଶ୍ରୀ ମୋଦିଙ୍କ ବିଶାଳ ରୋଡ ଶୋ’ କର୍ମୀଙ୍କ ମନରେ ଉତ୍ସାହ ଭରିଛି ଯାହାକୁ ନେଇ ବିଜେପି ଶିବିରରେ ପୁରା ଜୋସ୍ ଭରିଯାଇଛି କେବଳ ରାଜଧାନୀ ନୁହେଁ ଏହାର ପ୍ରଭାବ ଉପକୂଳ ଓଡ଼ିଶାରେ ପକାଇବ ବୋଲି ଆଶା ରଖତ୍ଛି ବିଜେପି ମୋଦୀଙ୍କ ଏକ ଝଲକ ପାଇବା ପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ରହିଥିଲା ବିଜେପି ରାଜ୍ଯ କାର୍ଯ୍ଯାଳୟରୁ ଆରମ୍ଭ କରି ବାଣୀବିହାର ଛକ ପର୍ଯ୍ଯନ୍ତ ମୋଦିଙ୍କ ନାରାରେ ପ୍ରକମ୍ପିତ ହୋଇଥିଲା
ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’ ପାଇଁ ସୁରକ୍ଷା ବ୍ଯବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ପାଇଁ 55 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ଦୁଇ ପାର୍ଶ୍ୱରେ ଥିବା ବଡ଼ବଡ଼ କୋଠା ଓ ସପିଂମଲରେ ବନ୍ଧୁକଧାରୀ ପୋଲିସ ଜଗିରହିଥିଲେ ବ୍ଲୁ-ବୁକ ଅନୁସାରେ ସୁରକ୍ଷା ଦାୟିତ୍ୱରେ ଏସ୍ପିଜି ସହ କମିଶନରେଟ ପୋଲିସ ରହିଥିଲା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରୋ-ଶୋ’ ସରିବା ପରେ ରାଜଭବନରେ ରାତ୍ରିଯାପନ ପାଇଁ ବାହାରି ଯାଇଥିଲେ ସେ ଯେଉଁ ରୁଟ୍ରେ ଯିବେ ସେହି ରାସ୍ତାକୁ ସାନିଟାଇଜ କରିବା ସହ ବ୍ଯାପକ ସୁରକ୍ଷା କର୍ମୀ ମୁତୟନ କରାଯାଇଥିଲା

Leave A Reply

Your email address will not be published.