thelifelinemedia
Latest Odisha News, Breaking News Today

ରାଜନୀତିରୁ ସନ୍ନ୍ୟାସ ନେବେ କହିଲେ ପାଣ୍ଡିଆନ, ଧର୍ମେନ୍ଦ୍ରଙ୍କୁ ଖୋଲା ଚାଲେଞ୍ଜ ଦେଇ କହିଲେ ଏମିତି କଥା

ଭୁବନେଶ୍ୱର: ବିଜେଡି ନେତା ପାଣ୍ଡିଆନଙ୍କ ଖୋଲା ଚ୍ୟାଲେଞ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ଖୋଲା ଆହ୍ୱାନ ଦେଲେ ବିଜେଡିର ପ୍ରମୁଖ ନିର୍ବାଚନୀ ରଣନୀତିକାର ପାଣ୍ଡିଆନ।ନିର୍ବାଚନ ପ୍ରଚାର ସଭାରୁ ରାଜନୀତିରୁ ସନ୍ନ୍ୟାସ ନେବା କଥା କହିଲେ।ଏମିତି କହି
ଧର୍ମେନ୍ଦ୍ର ପ୍ରଧାନଙ୍କୁ କାର୍ତ୍ତିକ ପାଣ୍ଡିଆନ ଖୋଲା ଚ୍ୟାଲେଞ୍ଜ ଦେଲେ ।ଜୁନ ୯ ତାରିଖରେ ତିନି ଚତୁର୍ଥାଂଶରୁ ଅଧିକ ଆସନରୁ ଜିତି ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହା ନହେଲେ ସେ ରାଜନୀତିରୁ ସନ୍ନ୍ୟାସ ନେବେ ।ଆଉ ଯଦି ବିଜେପି ଓଡିଶାରେ କ୍ଷମତାକୁ ନଆସେ ତା ହେଲେ ଧର୍ମେନ୍ଦ୍ର ପ୍ରଧାନ ରାଜନୀତିରୁ ସନ୍ନ୍ୟାସ ନେବେ କି ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ।ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ପାଣ୍ଡିଆନଙ୍କ ନିର୍ବାଚନୀ ପ୍ରଚାର ରାଜ୍ୟ ରାଜନୀତିରେ ସେତିକି ଉଷ୍ମତା ଆଣୁଛି।

ପାଣ୍ଡିଆନ କହିଛନ୍ତି ଆପଣ ସବୁ ବେଳେ ଭିନ୍ନ ଭିନ୍ନ ନାଁରେ ଡାକୁଛନ୍ତି । ଆପଣ ମୋତେ ଗୁମାସ୍ତା କହୁଛନ୍ତି। ମୁଁ ଜଣେ ଛୋଟ କର୍ମଚାରୀ। ଜଣେ ଛୋଟ କର୍ମଚାରୀ ହେଇକି ମୁଁ ଆପଣଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଉଛି।ଆପଣ ଜଣେ କେନ୍ଦ୍ରମନ୍ତ୍ରୀ ତେଣୁ ମୋ ଚ୍ୟାଲେଞ୍ଜ ଗ୍ରହଣ କରିବାରେ କେଉଁଠି ଅସୁବିଧା ବୋଲି ପାଣ୍ଡିଆନ କହିଛନ୍ତି।ମୁଁ ଆପଣଙ୍କୁ ବିନମ୍ରତାର ସହ ଚ୍ୟାଲେଞ୍ଜ କରୁଛି ଆପଣ ମୋ ଚ୍ୟାଲେଞ୍ଜକୁ ଗ୍ରହଣ କରିବାକୁ ଆହ୍ବାନ ଦେଉଛି ।ଆପଣ ପଞ୍ଚାୟତ କି ୱାର୍ଡମେମ୍ବର ଜିତି ପାରୁନାହାଁନ୍ତି, ହେଲେ କେଉ ଦମରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସବୁବେଳେ ଅଶାଳୀନ ମନ୍ତବ୍ୟ ଦେଉଛନ୍ତି ବୋଲି ପାଣ୍ଡିଆନ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.