thelifelinemedia
Latest Odisha News, Breaking News Today

ନେପାଳ ନୋଟରେ ଛପା ଭାରତର ତିନି ଅଞ୍ଚଳ, ନକାରାତ୍ମକ ଅଭିମୁଖ୍ୟର ପରିଚାୟକ କହିଲା ଭାରତ

ନୂଆଦିଲ୍ଲୀ: ନେପାଳର ଭାରତ ବିରୋଧୀ ଆଭିମୁଖ୍ୟ। କୃତ୍ରିମ ବିସ୍ତାରବାଦୀର ପରିଚୟ ଦେଇଛି ନେପାଳ।ଭାରତର କିଛି ଅଞ୍ଚଳକୁ ନିଜ ଦେଶର ନୋଟରେ ଛାପି ଭାରତ ବିରୋଧୀ ଆଭିମୁଖ୍ୟ ଦେଖାଇଛି ପଡୋଶୀ ରାଷ୍ଟ୍ର ନେପାଳ। ନେପାଳ ପକ୍ଷରୁ ନୂଆ ମାନଚିତ୍ର ସହିତ ୧୦୦ ଟଙ୍କିଆ ନୋଟ୍‌ ଛପାଯିବା ନେଇ ଘୋଷଣା କରାଯାଇଥିଲା। ଏହି ନୋଟରେ ଲିପୁଲେଖ, ଲିମ୍ପିୟାଧୁରା ଏବଂ କଳାପାଣି ଆଦି ଅଞ୍ଚଳର ଫଟୋ ସ୍ଥାନିତ କରାଯାଇଛି।ଯେଉଁଗୁଡ଼ିକ ଭାରତର ଅଞ୍ଚଳ।ଏହି ଭୂ-ଭାଗକୁ ନେଇ ଭାରତ ଓ ନେପାଳ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି ।ଏହା ନେପାଳର ଏକପାଖିଆ ନିଷ୍ପତ୍ତି ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ।ଏହାକୁ ନେଇ ପୂର୍ବରୁ ନେପାଳ ସହ ଭାରତର ବିବାଦ ଲାଗିରହିଛି ।ଏହି ଘଟଣାରେ ବୈଦେଶୀକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, “ମୁଁ ସେହି ରିପୋର୍ଟ ଦେଖିଲି । କିନ୍ତୁ ବିସ୍ତାର ଭାବରେ ଦେଖିନାହିଁ । ଆମର ସ୍ଥିତି ବହୁତ ସ୍ପଷ୍ଟ ।ସୀମା ପ୍ରସଙ୍ଗ ବିଷୟରେ ଆମେ ନେପାଳ ସହ ଆଲୋଚନା କରୁଥିଲୁ ।ଏହାରି ମଧ୍ୟରେ ସେମାନେ ନିଜ ପକ୍ଷରୁ ଏକତରଫା କିଛି ନିଷ୍ପତ୍ତି ନେଇଛନ୍ତି ।ହେଲେ ସେମାନେ ଆମର ସ୍ଥିତିକୁ ପରିବର୍ତ୍ତନ କରିବେ ନାହିଁ କିମ୍ବା ଭୂମିରେ ଥିବା ବାସ୍ତବତାକୁ ପରିବର୍ତ୍ତନ କରିବେ ନାହିଁ । ନେପାଳ ସରକାରଙ୍କ ମୁଖପାତ୍ର ତଥା ସୂଚନା ଓ ଯୋଗାଯୋଗ ମନ୍ତ୍ରୀ ରେଖା ଶର୍ମା କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମପ୍ରତିନିଧିଙ୍କୁ ସୂଚନା ଦେଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରିପରିଷଦ ବୈଠକରେ ଲିପୁଲେଖ, ଲିମ୍ପିଆଧୁରା ଏବଂ କାଳାପାଣିଙ୍କୁ ଦର୍ଶାଉଥିବା ୧୦୦ ଟଙ୍କିଆ ନୋଟ୍ରେ ନେପାଳର ନୂତନ ମାନଚିତ୍ର ଛାପିବାକୁ ନିଷ୍ପତ୍ତି ନିଆଯାଇଛି ।

୨୦୨୦ ଜୁନ ୧୮ ତାରିଖରେ ନେପାଳ ସରକାର ସମ୍ବିଧାନ ସଂଶୋଧନ କରିଥିଲେ। ଏଥିରେ ନେପାଳର ରାଜନୈତିକ ମାନଚିତ୍ରକୁ ପରିବର୍ତ୍ତନ କରାଯାଇଥିଲା । ଲିପୁଲେଖ, ଲିମ୍ପିୟାଧୁରା ଏବଂ କଳାପାଣୀ ଭଳି ବିବାଦୀୟ ସ୍ଥାନକୁ ନିଜର ବୋଲି ଦର୍ଶାଇଥିଲା ନେପାଳ। ଏହାକୁ ନେଇ ଭାରତ ସରକାର କଡ଼ା ଜବାବ ଦେଇଥିଲେ । ଭାରତ ମଧ୍ୟ ବିବାଦୀୟ ତିନି ଅଞ୍ଚଳକୁ ନିଜର ବୋଲି କହୁଛି । ନେପାଳ ଓ ଭାରତ ମଧ୍ୟରେ ୧୮୫୦ କିଲୋମିଟର ସୀମା ରହିଛି ।ଏଥିରେ ଭାରତର 5ଟି ରାଜ୍ୟ ସିକ୍କିମ୍, ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ଅନ୍ତର୍ଭୁକ୍ତ ରହିଛି।

Leave A Reply

Your email address will not be published.