ଦମ ଅଛି ତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ, ଧର୍ମେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ପାଣ୍ଡିଆନ

ଭୁବନେଶ୍ୱର : ଦମ ଅଛି ତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ।୧୦ ବର୍ଷ ହେଲା ଆପଣ ଚେଷ୍ଟା କରିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ପାଇଁ ହେଲେ ଦଳ ଆପଣଙ୍କୁ ସୁଯୋଗ ଦେଇନି। ଦଳରେ ଆପଣଙ୍କ ସ୍ଥିତି କଣ ଭଲ ଭାବେ ବୁଝନ୍ତୁ। ଧର୍ମେନ୍ଦ୍ର ପ୍ରଧାନଙ୍କୁ କାର୍ତ୍ତିକ ପାଣ୍ଡିଆନଙ୍କ ଏଭଳି ଖୋଲା ଚ୍ୟାଲେଞ୍ଜ ରାଜ୍ୟ ରାଜନୀତିରେ ଚହଳ ପକାଇଛି।ଦମ୍ ଅଛି ତ ଧର୍ମେନ୍ଦ୍ରଙ୍କୁ ମୁଖ୍ଯମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁ ବିଜେପି।ଧର୍ମେନ୍ଦ୍ର ମୁଖ୍ଯମନ୍ତ୍ରୀ ପ୍ରାର୍ଥୀ ହେଲେ ବିଜେପି ୧୦ ପ୍ରତିଶତ ଆସନ ବି ଜିତିବନି। ଏଭଳି ସିଧାସଳଖ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ।
ପାରାଳାଖେମୁଣ୍ଡିରେ ନବୀନଙ୍କ ପ୍ରଚାର ସଭାରେ ଧର୍ମେନ୍ଦ୍ରଙ୍କ ନାଁ ନନେଇ ଆହ୍ବାନ ଦେବା ସହ କଡ଼ା ସମାଲୋଚନା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। କାର୍ତ୍ତିକ ପାଣ୍ଡିଆନ ଧର୍ମେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇକହିଛନ୍ତି ଦମ ଅଛି ତ ଧର୍ମେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁ ବିଜେପି। ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ବିଜେପି ଓଡ଼ିଶାରେ ୧୦ ପ୍ରତିଶତ ଆସନ ବି ଜିତିବନି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ପୂର୍ବରୁ କାର୍ତ୍ତିକ ପାଣ୍ଡିଆନ ଏନଏଚ ୫୫ ଓ ଢେଙ୍କାନାଳ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ଦୁର୍ବଳ ସ୍ଥିତି ନେଇ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଥିଲେ। କିନ୍ତୁ ଏବେ ସିଧାସଳଖ ହମଲା କରିଛନ୍ତି। ଖୋଲାଖୋଲି ଧର୍ମେନ୍ଦ୍ରଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। ଯାହା ରାଜ୍ୟ ରାଜନୀତିରେ ଉଷ୍ମତା ଭରିଛି।