ବିଜେଡି ସରକାର ଅସ୍ତଗାମୀ, କଂଗ୍ରେସ ଅତୀତ, ଜୁନ ୧୦ରେ ବିଜେପିର ମୁଖ୍ୟମନ୍ତ୍ରୀଙ୍କ ଶପଥ କହିଲେ ପ୍ରଧାନମନ୍ତ୍ରୀ

ବ୍ରହ୍ମପୁର:ଜୟ ଜଗନ୍ନାଥ ଜୟ ଜଗନ୍ନାଥ, ଜୟ ଶ୍ରୀରାମ, ଭାରତମାତାକି ଜୟ। ସବୁ ଦାଦା, ଭାଇ, ଭଉଣୀ ଓ ମାଆମାନଙ୍କୁ ମୋର ନମସ୍କାର ବୋଲି କହି ପ୍ରଧାନମନ୍ତ୍ରୀ ଭାଷଣ ଆରମ୍ଭ କରିଥିଲେ।କାଲି ମୁଁ ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କଲି।ଆଜି ମୁଁ ଜଗନ୍ନାଥଙ୍କ ଭୂମିରେ ଆପଣଙ୍କ ଆଶୀର୍ବାଦ ପାଇଁ ଆସିଛି।ବ୍ରହ୍ମପୁର ସମାବେଶରୁ ଓଡିଶାରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି ମୋଦି।କହିଛନ୍ତି ବିଜେପି ଯାହା କହେ, ତାହା କରିକି ଦେଖାଏ। ଏହା ହେଉଛି ମୋଦୀ ଗ୍ୟାରେଣ୍ଟି।ଜୁନ୍ ୪ ତାରିଖରେ ଏଠାରେ ବିଜେଡି ସରକାରର ଏକସ୍ପାରି ଡେଟ୍ ଲେଖାଯାଇଛି। ଜୁନ୍ ୧୦ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ହେବ।ମୁଁ ବିଜେପିର ଶପଥ ସମାରୋହ ଲାଗି ନିମନ୍ତ୍ରଣ ଦେବାକୁ ଆସିଛି। ଓଡ଼ିଶାରେ ବିଜେଡି ସରକାର ଅସ୍ତଗାମୀ। କଂଗ୍ରେସ ଅତୀତ ହୋଇଛି। ଓଡ଼ିଶାରେ କେବଳ ବିଜେପି ଉଦିତ ସୂର୍ଯ୍ୟ ଭାବେ ଉଭା ହୋଇଛି।
ଓଡ଼ଶା ବିଜେପିକୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ।ରାଜ୍ୟ ବିଜେପି ସବୁ ବର୍ଗଙ୍କ ସୁବିଧା ପାଇଁ ସକଳ୍ପ ପତ୍ର ଜାରି କରିଛନ୍ତି।ଏଥିରେ କୃଷକଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କୁ ଲାଭ ମିଳିବ। ଶିକ୍ଷା ସ୍ୱାସ୍ଥ୍ୟ, କୃଷକ, ଯୁବକ ବୟସ୍କ ସମସ୍ତେ ସୁବିଧା ପାଇ ପାରିବେ।ଗତକାଲି ରାତି ୧୦ଟା ୩୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଥିଲେ ମୋଦି। ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ମୋଦୀଙ୍କୁ ଓଡ଼ିଶାର ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ ଓଡ଼ିଶାକୁ ସ୍ବାଗତ କରାଯାଇଥିଲା। ମୋଦୀ ମଧ୍ୟ ହାତରେ ଏଲ୍ଇଡି ‘ପଦ୍ମ ଫୁଲ’ ଦେଖାଇ ଅଭିଭାଦନ ଜଣାଇଥିଲେ। ଏହାପରେ ସ୍ବତନ୍ତ୍ର କାରକେଡ୍ରେ ରାଜଭବନକୁ ଯାଇଥିଲେ।