ପୁଣି ଫେରିବ ତାତି, ଉପରମୁହାଁ ହେବ ପାରଦ

ଭୁବନେଶ୍ୱର : ପୁଣି ଶିଖର ଛୁଇଁବ ପାରଦ। ଉପରମୁହାଁ ହେବ ତାପମାତ୍ରା। ଅସହ୍ୟ ଗୁଳୁଗୁଳି ସହିତ ଭୀଷଣ ହେବ ଗ୍ରୀଷ୍ମ ପ୍ରବାହ। ଏଭଳି କିଛି ପୂର୍ବ ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
କାଳବୈଶାଖୀର କ୍ରମାଗତ ପ୍ରଭାବ ହେତୁ ରାଜ୍ୟରେ ତାପମାତ୍ରାରେ ବର୍ତ୍ତମାନ ତଳକୁ ଖସିଛି। ରାଜ୍ୟରେ ତାପମାତ୍ରା ବର୍ତ୍ତମାନ ୪୦ ଡିଗ୍ରୀ ତଳେ ରହିଥିଲେ ମଧ୍ୟ ପାରଳାଖେମୁଣ୍ଡିରେ ତାତି ୩୯ ଡିଗ୍ରୀ ଛୁଇଁଛି। ତାପମାତ୍ରା କମିଛି। ଲୋକେ ତାତିରୁ ଆଶ୍ୱସ୍ତି ପାଇଥିଲେ। ହେଲେ ଆସନ୍ତାକାଲିଠାରୁ ପୁଣି ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିବ। ୪ ଦିନ ଯାଏ ଦିନର ତାପମାତ୍ରା ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
୧୪ ତାରିଖ ପରଠୁ ରାଜ୍ୟକୁ ପୁଣି ଥରେ ହିଟ ୱେବ୍ ସ୍ଥିତି ଫେରିବ। ହିଟ ୱେବ ପାଇଁ ମାଲକାନଗିରିର କୋରାପୁଟ, କଟକ, ବୌଦ୍ଧ, ଅନୁଗୁଳ, ବଲାଙ୍ଗିର , ସୁନ୍ଦରଗଡ଼ ଏହି ଜିଲ୍ଲାକୁ ହିଟ ୱେବ୍ ପାଈଁ ଚେତାବନୀ ଜାରି ହୋଇଛି। ରାଜ୍ୟରେ ବର୍ତ୍ତମାନ କାଳ ବୌସାକ୍ଷୀ ପ୍ରଭାବରେ ସମଗ୍ର ଜିଲ୍ଲାରେ ମେଘୁଆ ପାଗ ସହ ଝିପ ଝିପ ବର୍ଷା ଲାଗି ରହିଛି। ବର୍ଷା ପ୍ରଭାବରେ ଓଡ଼ିଶାରେ ଦିନ ତାପମାତ୍ରା କମିଛି। ୧୪ ତାରିଖ ବେଳକୁ ୧୧ ଜିଲ୍ଲାରେ ଉସ୍ମ ଆଦ୍ର ପାଣିପାଗ ସ୍ଥିତି ଜାରି ରହିବ। ୧୧ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ୧୫ ତାରିଖରେ ୭ ଜିଲ୍ଲା ପାଇଁ ହିଟ ୱେବ ଜାରି କରାଯାଇଛି । ଏହି ସବୁ ଜିଲ୍ଲା ଗୁଡିକରେ ଦିନ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିବ ସମ୍ଭାବନା ରହିଛି ଏହା ସହ ରାତି ତାପମାତ୍ରା ୩ରୁ ୪ ଡ଼ିଗ୍ରୀ ମଧ୍ୟ ବୃଦ୍ଧି ହେବ। ୧୬ ତାରିଖ ବେଳକୁ ୪୦ ଡିଗ୍ରୀ ଉପରେ ପାରଦ ରହିବ ବୋଲି ଅନୁମାନ କରାଯାଇଛି।ଅର୍ଥାତ ରାଜ୍ୟକୁ ପୁଣି ହିଟ ୱେବ ଫେରିବ ଏଥିରେ କୌଣସି ସଂନ୍ଦେହ ନାହିଁ। ପଶ୍ଚିମ ହେଉ କି ଉପକୂଳ କିମ୍ବା ଅଭ୍ୟନ୍ତରୀଣ ସବୁଠି ତାତି ବଢିବ।